Monday, November 16, 2026
Home ଆଞ୍ଚଳିକ ରେଡ୍ କରିବାକୁ ଯାଇ ହଟହଟା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍

ରେଡ୍ କରିବାକୁ ଯାଇ ହଟହଟା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍

12

ବ୍ରହ୍ମପୁର,୦୩/୦୭/୨୧ (ଜିଲ୍ଲା ଖବର) :  ରେଡ୍‌ କରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ । ଘରେ ତାଲା ପକାଇବା ସହ ତିନି ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ପୁଇଁତୋଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗାଁର ଝଡିଆ ଦଳେଇଙ୍କ ଘରେ ଝିଅର ନିର୍ବନ୍ଧ କାର୍ଯ୍ୟ ଚାଲିଥିବା ବେଳେ ଅବକାରୀ ଟିମ୍‌ ଅଚାନକ ଚଢ଼ାଉ କରିଥିଲା । ତେବେ ସେଠାରୁ ଟିମ୍‌କୁ ମଦ ମିଳି ନଥିଲା ।  କାହିଁକି ଘରେ ପସିଲ ଓ କିଏ ଅଭିଯୋଗ କରିଥିଲା ବୋଲି ପଚାରିବା ସହ ସ୍ଥାନୀୟ ଲୋକେ ଅବକାରୀ କର୍ମଚାରୀଙ୍କୁ ତିନି ଘଣ୍ଟା ଅଟକ ରଖିଥିଲେ ।