Sunday, October 11, 2026
Home ଅପରାଧ ପୋଲିସ ପୋଷାକ ପିନ୍ଧି ବାବୁ ମାର୍କେଟରେ ବୁଲୁଥିଲେ, ଗିରଫ ହେଲେ

ପୋଲିସ ପୋଷାକ ପିନ୍ଧି ବାବୁ ମାର୍କେଟରେ ବୁଲୁଥିଲେ, ଗିରଫ ହେଲେ

19

ରାଉରକେଲା,୦୩/୦୭/୨୧ (ଜିଲ୍ଲା ଖବର) :  ନକଲି ପୋଲିସ ଗିରଫ । ରାଉରକେଲାରେ ଜଣେ ନକଲି ପୋଲିସକୁ ଗିରଫ କରିଛି ସେକ୍ଟର-15 ପୋଲିସ । ସେକ୍ଟର 15 ର ଅଶୋକ ଜେନା ନାମକ ଜଣେ ଯୁବକ ପୋଲିସ ପୋଷାକ ପିନ୍ଧି ବାଇକରେ ସେକ୍ଟର-18 ମାର୍କେଟ୍‌ରେ ବୁଲୁଥିବା ବେଳେ ପୋଲିସ ପାଟ୍ରୋଲିଂ ଭ୍ୟାନ୍‌ ହାବୁଡ଼ରେ ପଡ଼ିଥିଲେ ।

ସନ୍ଦେହ ହେବାରୁ ପୋଲିସ କର୍ମଚାରୀ ଅଶୋକଙ୍କୁ ଅଟକାଇ ପଚରାଉଚୁରା କରିବାରୁ ସେ ନକଲି ପୋଲିସ ବୋଲି ଜଣାପଡିଥିଲା । ପୋଲିସ ଅଶୋକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପୋଷାକ, ମୋବାଇଲ ଏବଂ ବାଇକ୍‌ ଜବତ କରିଛି ।