Saturday, November 14, 2026
Home ଆଞ୍ଚଳିକ କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ

କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ

4

ନୂଆଦିଲ୍ଲୀ, ୦୩/୦୭/୨୧ (ଜିଲ୍ଲା ଖବର) :  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳ ପାର୍ଟିର ବୈଠକରେ ବର୍ତ୍ତମାନର ହିଁ  ଜଣେ ବିଧାୟକ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବେ।  କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ବହୁ ନେତାଙ୍କ ନାଁ ଆସୁଛି । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏବେ ବାହାରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନକରି ନିଜ ଦଳର ବିଧାୟକଙ୍କ ଭିତରୁ ଜଣଙ୍କୁ ଚୟନ କରିବ ବିଜେପି ।

ଏନେଇ ଆଜି ବିଜେପି ବିଧାୟକ ଦଳ ଏହି ବୈଠକ ବସୁଛି । ବିଧାୟକ ଦଳ ନେତା ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦଳ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ଅଛନ୍ତି ସତପାଲ ମହାରାଜ, ଧନ ସିଂହ ରାଓ୍ୱତ ସମେତ ୪ ଜଣ ବରିଷ୍ଠ ବିଧାୟକ ।

 ସୂଚନାମୁତାବକ,  ଦିଲ୍ଲୀରୁ ଦେହରାଡୁନ୍ ପର୍ଯ୍ୟନ୍ତ ଦିନ ସାରା ଚାଲଥିବା ଦେଖା ଦାକ୍ଷାତ  ଏବଂ ବୈଠକ ପରେ ରାୱତ ରାତି ପ୍ରାୟ 11.30 ସମୟରେ ତାଙ୍କ ବରିଷ୍ଠ କ୍ୟାବିନେଟ୍ ସହକର୍ମୀଙ୍କ ସହ ରାଜ୍ୟପାଳଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ରାୱତ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେବାର ମୁଖ୍ୟ କାରଣ ହେଉଛି ସାମ୍ବିଧାନିକ ସଙ୍କଟ, ତେଣୁ ନିର୍ବାଚନ ଆୟୋଗଙ୍କ ପାଇଁ ନିର୍ବାଚନ କରିବା କଷ୍ଟକର ହୋଇପଡିଥିଲା।