Wednesday, November 11, 2026
Home ଆଞ୍ଚଳିକ ଶେରଗଡ଼ ରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ

ଶେରଗଡ଼ ରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ

46

ଶେରଗଡ,୨/୦୭(ଜିଲ୍ଲା ଖବର) : ଓଡିଶା ର ବିଭିର୍ଣ୍ଣ ଜାଗାରେ 72ତମ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ର ଅଗ୍ନିଶମ କେନ୍ଦ୍ର ପରିସର ଓ ପାକିଡ଼ି ପାହାଡ଼ ସ୍ଥିତ ତାରା ତାରିଣୀ ମନ୍ଦିର ପରିସରରେ ଆସିକା ବନଖଣ୍ଡ ଅଧକାରୀ ଙ୍କ ମିଳିତ ସହଯୋଗ ରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ସହ ବୃକ୍ଷ ଜୀବ ଜଗତ ପାଇଁ କେତେ ମୂଲ୍ୟବାନ ଯାହା ଆଜି ଆମେ ଅନୁଭବ କରିପାରୁଛେ କିଭଳି ଅମ୍ଳଜାନ ଅଭାବ ରୁ ଆଖି ଆଗରେ ଜୀବନ ଯାଉଥିଲା |ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଆମ ପରିବେଶ ସବୁଜ ସୁନ୍ଦର କରିବା |ଜଙ୍ଗଲ ନଷ୍ଟ ଦ୍ୱାରା ଯେମିତି ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା, ମରୁଡିଦେଖାଯାଉଛି , ଅମ୍ଳଜାନ ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି ବୋଲି କହିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ଏସ ଡି ପି ଓ,ଉମାଶଙ୍କର ସିଂ, ଟି ଏଲ ଏସ ସି ଚେୟାରମ୍ୟାନ ରେଖା ରାଣୀ ନାୟକ , ଆଇ ଆଇ ସି ମମତା ସାମନ୍ତ ରାୟ,ଫରେଷ୍ଟ ର ପ୍ରଦୀପ ମିଶ୍ର, ମୟୁର ସୁରକ୍ଷା ସମିତି ସଭାପତି ଶ୍ରୀ ସମୀର ପ୍ରଧାନ, ଶେରଗଡ଼ କୋର୍ଟ ର କାର୍ଯ୍ୟରତ ସମସ୍ତ ଅଧିକାରୀ ତାରା ତାରିଣୀ ପରିସରରେ ବୃକ୍ଷ ରୋପଣ କରିବା ସହ ବିଡ଼ିଓ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଆଇ ଆଇ ସି ମମତା ସାମନ୍ତରାୟ, ଆସିକା ବନଖଣ୍ଡ ଅଧିକାରୀ ପ୍ରସନ କୁମାର ସାହୁ ସମେତ ଫରେଷ୍ଟ ର, ଗାର୍ଡ ଓ ଅଗ୍ନିଶମ ବିଭାଗୀୟ ସମସ୍ତ ଅଧିକାରୀ, ସମୀର ପ୍ରଧାନ, ନିରାକାର ବିଶୋଇ ଉପସ୍ଥିତ ରହି ଅଗ୍ନି ଶମ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥିଲେ |

ରିପୋର୍ଟ, ଅଖିଲ କୁମାର ପଟ୍ଟନାୟକ ।