Monday, November 16, 2026
Home ଆଞ୍ଚଳିକ ଜଟଣୀରେ ମଲଟିପର୍ପୋଜ୍ ଇନଡୋର ଷ୍ଟାଡିୟମ ପାଇଁ ଦାବି, ନଗର ବିଜେଡି ପକ୍ଷରୁ ୫ଟି ସଚିବ...

ଜଟଣୀରେ ମଲଟିପର୍ପୋଜ୍ ଇନଡୋର ଷ୍ଟାଡିୟମ ପାଇଁ ଦାବି, ନଗର ବିଜେଡି ପକ୍ଷରୁ ୫ଟି ସଚିବ ଓ ଜିଲାପାଳଙ୍କ ସହିତ ଭର୍ଚୁଆଲ ବୈଠକ

58

ଜଟଣୀ,୨/୦୭(ଜିଲ୍ଲା ଖବର) : ଜଟଣୀ ପୈାରାଚଂଳ ଅଧିନରେ ଏକ ମଲଟିପର୍ପୋଜ ଇନଡୋର ଷ୍ଟାଡିୟମ ନିର୍ମାଣଲାଗି ଜଟଣୀ ନଗର ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ୫ଟି ସଚିବ ଏବଂ ଖୋର୍ଦ୍ଧାଜିଲାପାଳଙ୍କ ମଧ୍ୟରେ ପର୍ଯ୍ୟାୟକ୍ରମେ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଯାଇଛି । ରାଜ୍ୟରେ କ୍ରିଡାର ବିକାଶ ଲାଗି ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ଜଟଣୀଭଳି ସହରରେ କ୍ରିଡାର ବିକାଶ ହୋଇପାରି ନାହିଁ । ଜଟଣୀରେ ପର୍ଯ୍ୟାପ୍ତ ଭିତିଭୂମି ରହିଥିବା ବେଳେ କ୍ରିଡା ପ୍ରତିଭାମାନେ ମଧ୍ୟ ଆଢୁଆଳରେ ରହିଯାଇଛନ୍ତି । ସେମାନଙ୍କ ଭବିଷ୍ୟତ ଏବଂ କଳା ଉପରେ ପ୍ରଶାସନର ଦୃଷ୍ଟି ପଡିପାରୁନାହିଁ ବୋଲି ଜଟଣୀର କ୍ରିଡାପ୍ରେମୀମାନେ କ୍ଷୋଭପ୍ରକାଶ କରି ବାରମ୍ବାର ଅଭିଯୋଗ କରିଚାଲିଛନ୍ତି । ହେଲେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ଏନେଇ ଜଟଣୀ ପୈାରାଚଂଳ ଅଧିନରେ ମଲଟିପର୍ପୋଜ ତଥା ଚେସ୍‌,ଟେବୁଲଟେନିସ,ବ୍ୟାଡମିଟନ,କ୍ୟାରମ,ଭିଲିଆରସ ଇତ୍ୟାଦି କ୍ରିଡାପାଇିଁ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ଲାଗି ଭର୍ଚୁଆଲ ବୈଠକ ଆୟୋଜନ ହୋଇଯାଇଛି । ଶୁକ୍ରବାର ଜିଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ଜଟଣୀ ନଗରବିଜେଡିର ପୁର୍ବତନ କାଉନସିଲର ଓ ପୈାରାଚଂଳ ଅଧିନସ୍ଥ ଖେଳାଳିମାନଙ୍କ ମିଳିତରେ ଏକ ଭର୍ଚୁଆଲ ବୈଠକ ଖୋର୍ଦ୍ଧାଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା । ଜିଲା ପ୍ଲାନିଂ ବୋର୍ଡ ଅଧ୍ୟକ୍ଷ ଗଣେଶ ଜଗଦେବଙ୍କ ସଭାପତିତ୍ୱରେ ଜଟଣୀ ବିଜେଡି କର୍ମି ବିଜୟ କୁମାର ପଣ୍ଡା,ବିଜେଡି କାଉନସିଲର ଓ ୧୧ଜଣ ଖେଳାଳିଙ୍କୁ ନେଇ ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଥିଲା । ସେହିପରି ଜଟଣୀ ବ୍ଲକ କନଫ୍ରେନ୍ସ ହଲରେ ବିଜେଡି ନଗର ସଭାପତି ଆଶୁତୋଷ ପ୍ରତାପ ସିଂହଙ୍କ ସଭାପତିତ୍ୱରେ ୪ଜଣ ପୁର୍ବତନ କାଉନସିଲର ଏବଂ ୧୧ଜଣ ଖେଳାଳିମାନଙ୍କୁ ନେଇ ୫ଟି ସଚିବ ମଧ୍ୟରେ ଏହି ଭର୍ଚୁଆଲ ବୈଠକ ଆୟୋଜିତ ହୋଇଥିଲା । ଜଟଣୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବିକାଶର ନମୁନା ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଏଥି ସହିତ ଜଟଣୀ ବିଜେଡି ପକ୍ଷରୁ ମଲଟିପର୍ପୋଜ ଇନଡୋର ଷ୍ଟାଡିୟମ ନିମାଣଲାଗି ପ୍ରସ୍ତାବିତ କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବା ପରେ ଷ୍ଟାଡିୟମ ନିର୍ମାଣ ଉପରେ ସିଦ୍ଧାନ୍ତ ନିଆଯିବ ବୋଲି ୫ଟି ସଚିବ କାର୍ତିକେୟନ ପାଣ୍ଡିଆନ ସୁଚନା ଦେଇଥିବା ନଗର ସଭାପତି ଆଶୁତୋଷ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି କର୍ମି ସୈାମ୍ୟା ସୋମାଲିକା ରାୟ,ବେଣୁଧର ମଙ୍ଗରାଜ,ଶୁସାନ୍ତ ପାଲଟାସିଂହ,ବିରଚିଂ ନାରାୟଣ ସେଠୀ,କୁନା ପଟ୍ଟନାୟକ ଓ ଆଦିତ୍ୟ ମହାରଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ,ସଞ୍ଜୀବ କୁମାର ।