Monday, October 12, 2026
Home ଆଞ୍ଚଳିକ ଆଦିବାସୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ଆଦିବାସୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

28

ବାଲିଗୁଡା,୨/୦୭ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପଞ୍ଚାୟତ ସମିତିର କରକୁଡୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀ ଙ୍କ ଦୁଃଖ ବୁଝିବାକୁ କେହି ନାହିଁ l ଏହି ବୃଦ୍ଧା ମହିଳା ଆଜକୁ ୨ ବର୍ଷ ରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି l ତାଙ୍କ ପାଟିର ତଳ ଓଷ୍ଠ ଓ ଜିଭ ଫୁଲି ଯାଇ ଘା ରେ ଭର୍ତ୍ତି ହୋଇଛି । ଅନେକ ଦିନ ଭଲରେ ଖାଇବା, ପିଇବା କରିନ ପାରି ଅତିଦୁର୍ବଳ ତାରେ ଅଛନ୍ତି । ସେ ବାଲିଗୁଡା ଓ ବିଷମ କଟକ ମେଡିକାଲ୍ କୁ ଚିକିସ୍ଚl ପାଇ ଯାଇଥିଲେ କିନ୍ତୁ ସେମାନେ ବଡ଼ ମେଡିକାଲ୍ ବ୍ରହ୍ମପୁର ବା ଭୁବନେଶ୍ୱର କୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଭାଷା ବୁଝି ପାରୁ ନ ଥିବା ଆଦିବାସୀ ବୃଦ୍ଧାମହିଳା ଜଣକ ଙ୍କ ପାଖରେ ଏହି ଲକ୍ ଡାଉନ୍ ସମୟରେ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବା ଭୁବନେଶ୍ଵର ଯିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଲୋକ କହିବା ଅନୁସାରେ ସେମାନେ ତୁମୁଡିବନ୍ଧ ମେଡିକାଲ କୁ ଯାଇ ଆମ୍ବୁଲାନ୍ସରେ ଯିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ଫଳ ହୋଇନଥିଲା l ତାଙ୍କ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କ ଠାରେ ଶ୍ରୀମତୀ ମାଝୀ ଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଆଶା କରି କହିଛନ୍ତି ଯଦି ସରକାର ଏଥିରେ ହସ୍ତକ୍ଷେପ ନ କରନ୍ତି ତାହାହେଲେ ନିଶ୍ଚିତ ଭାବେ ସେ ବୃଦ୍ଧ ମା ଜଣକ ଙ୍କ ଜୀବନ ଚାଲିଯିବ ବୋଲି କହୁଛନ୍ତି l ଦେଖିବାକୁ ବାକି ରହିଲା ଯେ ସରକାର ତାଙ୍କୁ ଚିକିତ୍ସା କରୁଛନ୍ତି ନା ସେପରି ରୋଗରେ ମୃତ୍ୟୁବରଣ କରି ବାକୁ ଛାଡ଼ି ଦେଉଛନ୍ତି । ପ୍ରକାଶ ଥାଉ କି ସରକାର ଅନେକ ଯୋଜନା କରୁ ଥିଲେ ମଧ୍ୟ ଏହି ଗ୍ରାମକୁ କେବେ ମଧ୍ୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିନାହିଁ ଏବଂ ଅନେକ ସମସ୍ୟା ରେ ଲୋକ ମାନେ କଷ୍ଟ ପାଉଛନ୍ତି l