
ବାଲିଗୁଡ଼ା , 02/07 {ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ଥାନା ମହାସିଂ ର 59 ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଅପରାହ୍ନ ରେ ଏକ ବାଇକ ଦୁର୍ଘଟଣା ଘଟି ଜଣକ ର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ବାଇକ ଆରୋହୀ ଗୁରୁତର ହୋଇଛି |ମୃତକ ହେଲେ କ.ନୁଆଗାଁ ଥାନା ଜୁରୁକୁପଡା ଗ୍ରାମର ତିମନ୍ତ ଦିଗାଳ(18) ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ମୃତକ ଦୁଇଜଣ ଶୁକ୍ରବାର ଅପରାହ୍ନ ରେ ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଂ ଧୂଙ୍ଗିଆଦେଇ ଠାରେ ବାଇକ ଟି ଏକ ଅଜଣା ଗାଡି ସହ ଧକ୍କା ଘଟି ରାସ୍ତାରେ ଗୁରୁତର ପଡି ଥିଲେ ବାଇକ ଆରୋହୀ ଦୁଇଜଣ । ପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ ମୋଟରସାଇକେଲ ଆରୋହୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ମୋଟରସାଇକେଲ ଆରୋହୀ ଟିମନ୍ତ ଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତର ସୁବଳ ଡିଗାଲ କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି | ଦୁର୍ଘଟଣା ର ତଦନ୍ତ ପ୍ରକ୍ରିୟା ବାଲିଗୁଡା ଥାନା ପକ୍ଷରୁ ଚାଲୁ ରହିଛି |



