
କଳାହାଣ୍ଡି, ୦୨/୦୭/୨୧ (ଜିଲ୍ଲା ଖବର) : ଘରୁ ୨ କ୍ୱିଣ୍ଟାଲ ୫୪ କେଜି ଗଞ୍ଜେଇ ଜବତ । କଳାହାଣ୍ଡି କେସିଙ୍ଗା ପୋଲିସ ଦ୍ୱାରା ସିଙ୍ଗବାହାଲି ଗାଁ ରେ ଚଢ଼ାଉ ବେଳେ ପୂଜା ଘର ବାକ୍ସ ରୁ ଗଞେଇ ଜବତ କରାଯାଇଛି । ୨ ଅଭିଯୁକ୍ତ ଅଟକ ରହିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରିବାରେ ସକ୍ଷମ ହୋଇଛି ।
ଗଞେଇ ଜବତ ମାମଲାରେ ଗୋଟିଏ ସପ୍ତାହରେ କେସିଙ୍ଗା ପୋଲିସର ଏହା ତୃତୀୟ ସଫଳତା । ପୂର୍ବରୁ ଗଞେଇ ଚାଲାଣ ବେଳେ ଜାତୀୟ ରାଜପଥ ଉପରୁ ୨ ଗୋଟି ଚାରି ଚକିଆ ଗାଡିରୁ ୧ କ୍ୱିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏବଂ ଏଥିରେ ୪ ଜଣ ଗିରଫ ହୋଇଥିଲେ ।



