Sunday, November 15, 2026
Home ଆଞ୍ଚଳିକ 70 % ସିଲାବସରେ ହେବ ମାଟ୍ରିକ ପରୀକ୍ଷା

70 % ସିଲାବସରେ ହେବ ମାଟ୍ରିକ ପରୀକ୍ଷା

6

ଭୁବନେଶ୍ୱର,୦୨/୦୭/୨୧ (ଜିଲ୍ଲା ଖବର) :  ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସୂଚନା । 30 ପ୍ରତିଶତ ସିଲାବସ ହ୍ରାସ ପାଇଥିବାରୁ 70 ପ୍ରତିଶତ ସିଲାବସରେ ମାଟ୍ରିକ ପରୀକ୍ଷା ହେବ । ପରୀକ୍ଷାର 15 ଦିନ ମଧ୍ୟରେ ରେଜଲ୍ଟ ବାହାରିବ ।  ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇପାରିବେ ।

ସୂଚନାଯୋଗ୍ୟ,  ଜୁଲାଇ 30 ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ଫି ଛାଡ କରାଯାଇଛି । ଏନେଇ ଜୁଲାଇ 5 ରୁ 14 ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ପୂରଣ କରିପାରିବେ । ସ୍ୱତନ୍ତ୍ର ଅଫଲାଇନ ପରୀକ୍ଷା କାରଣରୁ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବା ନାହିଁ ।