ଦୀର୍ଘ ଦିନର ଲକଡାଉନ୍ ପରେ କ୍ଷୁଦ୍ର ଓ କପଡା ବ୍ୟବସାୟୀଙ୍କୁ ଆଶ୍ୱସ୍ତି

4

କଟକ, ୦୨/୦୭/୨୧ (ଜିଲ୍ଲା ଖବର) : ଦୀର୍ଘ ଦିନର ଲକଡାଉନ୍ ପରେ କ୍ଷୁଦ୍ର ଓ କପଡା ବ୍ୟବସାୟୀଙ୍କୁ ଆଶ୍ୱସ୍ତି ମିଳିଛି । ରାଜ୍ୟ ସରକାର ଅନଲକ ପ୍ରକ୍ରିୟାରେ ଏହି ବ୍ୟବସାୟୀମାନଙ୍କୁ ବ୍ୟବସାୟୀକ କାରବାର କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ କଟକ ଜିଲ୍ଲା ‘ବି’ ବର୍ଗରେ ଆସୁଥିବାରୁ ଦିନ ୨ଟା ଯାଏଁ ହିଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମଳିଛି ।

ସରକାର ଅନଲକ ପକ୍ରିୟା ଜାରୀ ରଖିଥିବାରୁ ଲୋକେ ଅଧିକ ବଜାରରେ ଭିଡ ନ କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସି.ଏମ.ସି କମିଶନର । ସ୍ଥିତି ସ୍ବାଭାବିକ ନ ହେବା ପର‌୍ୟ୍ୟନ୍ତ ଲୋକେ କୋଭିଡ ଗାଇଡଲାଇନ ମାନିବାକୁ ପଡିବ ବୋଲି ସେ କହିଛନ୍ତିର । ସେହିପରି ଏନଫରସମେଣ୍ଟ ସ୍କ୍ୱାର୍ଡ ଟିମ ମଧ୍ୟ ଅଧିକ ସଜାଗ କରାଯିବା ସହିତ ମାର୍କେଟ ଓ ଦୋକାନ ଆଦିରେ ଅଧିକ ନଜର ଦେବା ପାଇଁ କୁହାଯାଇଛି ।

ସେପଟେ କଟକଣା କୋହଳ ହେଲେ ମଧ୍ୟ ସଂକ୍ରମଣ କମିନାହିଁ କୋଭିଡ ଗାଇଡ଼ ଲାଇନ ମାନିଲେ ସଂକ୍ରମଣ ଆସନ୍ତା୧୫ ଦିନ ଭିତରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।