
ନୂଆଦିଲ୍ଲୀ,୦୨/୦୭/୨୧ (ଜିଲ୍ଲା ଖବର) : ଦେଶରେ ଦୈନିକ କରୋନା ଭୂତାଣୁ ଦୁଇ ଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯଦିଓ ଦୈନିକ ବଢୁଥିବା ମାମଲା ସାମାନ୍ୟ ପରିବର୍ତ୍ତନ ଆସିଛି, କିନ୍ତୁ ତୃତୀୟ ତରଙ୍ଗର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି ଚିନ୍ତାଜନକ ହୋଇପାରେ। କରୋନାର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ଯଦି ହ୍ରାସ ପାଇବା ଆରମ୍ଭ କରିଛି କିନ୍ତୁ ତୃତୀୟ ତରଙ୍ଗ ଯକୌଣସି ସମୟରେ ଆସିପାରେ ।
ଏଭଳି ପରିସ୍ଥିତିରେ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉଚିତ, କିନ୍ତୁ ବର୍ତ୍ତମାନ ଅନେକ ରାଜ୍ୟରୁ ଟିକା ଅଭାବ ଖବର ଆସୁଛି। ଦେଶରେ କରୋନା ଭୁତାଣୁର ଦୈନିକ ମାମଲାରେ ପରିବର୍ତ୍ତନ ଆସୁଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46000 ରୁ ଅଧିକ କରୋନା ଭୂତାଣୁରିପୋର୍ଟ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ 853 ରୋଗୀଙ୍କର ମୃତ୍ୟୁ ହୋଇଥିଲା। କେରଳ, ତ୍ରିପୁରା, ମଣିପୁର, ଛତିଶଗଡ, ଓଡିଶା ଏବଂ ଅରୁଣାଚଳ ପ୍ରଦେଶକୁ କେନ୍ଦ୍ର ସରକାର ପଠାଇଛନ୍ତି କୋଭିଡ ଟିମ।
କେନ୍ଦ୍ର ୬ଟି ରାଜ୍ୟକୁ କୋଭିଡ ଟିମ ପଠାଇଛି, ଏହି ଟିମ୍ କୋଭିଡ ବୃଦ୍ଧି ଘଟଣାର ଅନୁସନ୍ଧାନ କରିବ। କେରଳ, ତ୍ରିପୁରା, ମଣିପୁର, ଛତିଶଗଡ, ଓଡିଶା ଏବଂ ଅରୁଣାଚଳ ପ୍ରଦେଶ ଏହି ରାଜ୍ୟଗୁଡିକରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଦଳଗୁଡିକ ରାଜ୍ୟରେ ଆଣ୍ଟି-କୋଭିଡ୍ କାର୍ଯ୍ୟକଳାପ ଯାଞ୍ଚ ଏବଂ ରୋକିବା ପାଇଁ ପଠାଯାଇଛି।


