Tuesday, October 13, 2026
Home ଆଞ୍ଚଳିକ ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପୁଣି ଉଡିଲା ଡ୍ରୋନ, BSF ଯବାନ ଫାୟାରିଂ କରିବାରୁ ତୁରନ୍ତ ହେଲା...

ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପୁଣି ଉଡିଲା ଡ୍ରୋନ, BSF ଯବାନ ଫାୟାରିଂ କରିବାରୁ ତୁରନ୍ତ ହେଲା ଗାଏବ

23

୦୨/୦୭/୨୧ (ଜିଲ୍ଲା ଖବର) : ଜମ୍ମୁ ଅନ୍ତର୍ଜାତୀୟ ସୀମା ଅର୍ନିଆ ସେକ୍ଟର ଅଞ୍ଚଳରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ସକାଳ 4 ଟା 25 ମିନିଟ୍ ରେ ଡ୍ରୋନ ଦେଖାଯିବା ପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଗୁଳି ଚାଳନା କରିଥିଲେ । ଫାୟରିଂ ହେବାର କ୍ଷଣିକେ ମାତ୍ରେ ହିଁ ଡ୍ରୋନ ସେଠାରୁ ଗାଏବେ ହୋଇଯାଇଥିଲା । ଗତ 5 ରୁ 6 ଦିନ ମଧ୍ୟରେ ଡ୍ରୋନ ଦେଖାଯିବାର ପ୍ରାୟ 9 ଟି ଘଟଣା ସାମନାକୁ ଆସିଲାଣି ।

ରବିବାରଠୁ ଏହି କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ଦ୍ୱାରା ବିସ୍ଫୋରଣ ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି । ଆଜି ସକାଳୁ ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ଦେଖିବାକୁ ମିଳିଥିଲା । ଡ୍ରୋନ ସୀମା ପାର କରିନଥିଲା । ବରଂ ଏହା ପାକିସ୍ତାନ ଅଞ୍ଚଳରେ ହିଁ ରହିଥିଲା । ବିଏସଏଫ ଯବାନ କୌଣସି ଡେରି ନକରି ତୁରନ୍ତ ଫାୟରିଂ କରିଥିଲେ ।

ଲଗାତାର ଏହି ଘଟଣା ଘଟୁଥିବାବେଳେ ଡିଆରଡିଓ ସଜାଗ ହୋଇ ଉଠିଛି । ଅନ୍ୟପଟେ ଆଣ୍ଟିଡ୍ରୋନ ସିଷ୍ଟମକୁ ନେଇ ମଧ୍ୟ କାମ ଚାଲିଛି ।  ଡିଆରଡିଓ କହିବାନୁଯାୟୀ, ଏହି ସିଷ୍ଟମ 3 କିମି ପର୍ଯ୍ୟନ୍ତ ଆସୁଥିବା ଡ୍ରୋନକୁ ଠାବ କରିବା ସହ ଏହାକୁ ଅକାମୀ କରିଦେଇଥାଏ । ଏହାସହ ଏହି ସିଷ୍ଟମ 1 ରୁ 2.5 କିମି ପର୍ଯ୍ୟନ୍ତ ଆସୁଥିବା ଡ୍ରୋନକୁ ଲେଜର ବିମ୍ ଜରିଆରେ ଲକ୍ଷ୍ୟ ରଖି ଏହାକୁ ତଳକୁ ଟାଣି ଦେଇଥାଏ । ତେବେ ଖୁବଶୀଘ୍ର ଏହା ସେନାକୁ ମିଳିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।