
ନୂଆଦିଲ୍ଲୀ,୦୨/୦୭/୨୧ (ଜିଲ୍ଲା ଖବର) : ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ କମୁଛି ସଂକ୍ରମଣ। ଏହାସହ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୦୦,୩୧୨କୁ ବୃଦ୍ଧି ପାଇଛି।
ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି। ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି।କୋଭିଡ ନମୁନା ପରୀକ୍ଷା କାର୍ୟ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଏପର୍ୟ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା କରାଯାଇଥିବା


