Sunday, November 15, 2026
Home ଆଞ୍ଚଳିକ ଚିଲିକାରେ ଫିସିଂ କ୍ୟାଟ୍ ମୃତ

ଚିଲିକାରେ ଫିସିଂ କ୍ୟାଟ୍ ମୃତ

6

ଖୋର୍ଦ୍ଧା,୦୨/୦୭/୨୧ (ଜିଲ୍ଲା ଖବର) :  ଚିଲିକାରେ ଫିସିଂ କ୍ୟାଟ୍ ମୃତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ଇଲାକା ସୋରଣ ଚିଲିକା କୂଳରେ ଫିସିଂ କ୍ୟାଟ୍ କୌଣସି କାରଣରୁ ମରି ପଡିଥିବା ଦେଖିବାକୁ ମିଳିଥିଲା । ମତ୍ସ୍ୟଜୀବୀମାନେ ଏହାକୁ ଦେଖି ସୋରଣ ଫରେଷ୍ଟ ବିଟି ହାଉସକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ମୃତ ଫିସିଂ କ୍ୟାଟକୁ ଜବତ କରିଛନ୍ତି ।

ତେବେ ଏହି ଫିସିଂ କ୍ୟାଟ୍ ସାଧାରଣତଃ ଜଙ୍ଗଲୀ ବାଘ ଭଳି ଦେଖାଯାଆନ୍ତି । ଏମାନେ ପାଣି ମଧ୍ୟରେ ବସବାସ କରନ୍ତି । କେଉଁ କାରଣରୁ ଏହାର ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ ଜଣାପଡିନାହିଁ । ଫିସିଂ କ୍ୟାଟ୍ ର ପଞ୍ଚନାମ ପାଇଁ ପଠାଯିବ ଏବଂ ପଞ୍ଚନାମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଟାଙ୍ଗି ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଛନ୍ତି ।