
୦୨/୦୭/୨୧ (ଜିଲ୍ଲା ଖବର) : କଟକଣା ଭିତରେ ଖୋଲୁ ଜିମ୍ । ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲା ଜିମ୍ ମାଲିକ ସଂଘ । ୧୫ ମାସ ହେବ ପଡ଼ିଛି ତାଲାବନ୍ଦର ପ୍ରଭାବ । ଜିମ ଖୋଲିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରିଛି ସଂଘ । ଜାରି ହୋଇଥିବା କଟକଣା ଭିତରେ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମଲ୍, ପାର୍କ ଓ ଜିମ୍ ରହିଛି ।
ସାମାଜିକ ଦୂରତା ସମସ୍ୟା ଏବଂ ସଂକ୍ରମଣ ଆଶଙ୍କାକୁ ନେଇ ଜିମ୍ ଗୁଡିକୁ ଖୋଲିବାକୁ ଅନୁମତି ମିଳୁନାହିଁ। ଫଳରେ ରାଜ୍ୟରେ ଥିବା ଶହ ଶହ ଜିମରେ କାମ କରୁଥିବା କର୍ମଚାରୀଙ୍କ ସହ ଜିମ୍ ମାଲିକ ଆର୍ଥିକ ସଂଙ୍କଟ ଦେଇ ଗତି କରୁଛନ୍ତି। କୋରୋନା ପ୍ରଥମ ଲହରଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୫ମାସ ହେବ ଜିମ୍ କ୍ଷେତ୍ର ପ୍ରଭାବିତ ହୋଇଛି ।
ଫଳରେ ଜିମ୍ ମାଲିକ ମାନେ ଋଣ ବୋଝରେ ଭାରାକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ଜିମ ମାଲିକ ସଙ୍ଘ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି।



