
ଭୁବନେଶ୍ୱର, ୦୨/୦୭/୨୧ (ଜିଲ୍ଲା ଖବର) : ଆରମ୍ଭ ହୋଇଛି ବିଏମସିର ରାଜଧାନୀକୁ ଭିକାରୀମୁକ୍ତ କରିବା ଅଭିଯାନ । ପୂର୍ବରୁ ବହୁବାର ଚେଷ୍ଟା କରି ବିଏମସି ଏଥିରେ ବିଫଳ ହୋଇଥିଲା । ପୁଣିଥରେ ବିଏମସି, କମିଶନରେଟ ପୋଲିସ ଏବଂ ରାଜଧାନୀର ବିଭିନ୍ନ ଏନଜିଓ ମାନଙ୍କ ସହାୟତାରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ବିଭିନ୍ନ ଛକ ମନ୍ଦିର ବୁଲିବା ସହ ସେଠାରେ ଥିବା ଭିକାରୀ ମାନଙ୍କୁ ଉଦ୍ଧାର କରାଯାଇଛି । ନିଜେ ଅତିରିକ୍ତ ବିଏମସି କମିଶନର ବୁଲି ବୁଲି ସ୍ଥିତି ଦେଖିବା ସହ ଭିକାରୀମାନଙ୍କୁ ଉଦ୍ଧାର କରୁଛନ୍ତି । ଗୋଟିଏ ପଟେ ଏହି ଅଭିଯାନ ଖୁବଶୀଘ୍ର ସଫଳ ହେବ ବୋଲି ଅତିରିକ୍ତ ବିଏମସି କମିଶନରଙ୍କ ଯୁକ୍ତି ରହିଥିବା ବେଳେ କେତେ ସଫଳ ହେବ ଏହି ଅଭିଯାନ ସମୟକୁ ଅପେକ୍ଷା ।


