
୦୨/୦୭/୨୧ (ଜିଲ୍ଲା ଖବର) : ଗାଁ ଦାଣ୍ଡରେ ମଣିଷ ଚଲା ବୁଲା କଲା ପରି ବୁଲୁଛି କୁମ୍ଭୀର । ଏପରିକି କୁମ୍ଭୀର ପାଖ ଦେଇ କୁକୁର ବି ନ ଡରି ଯାଉଛି । କର୍ଣ୍ଣାଟକର ଦନ୍ଦେଲି ଜିଲ୍ଲା କୋଗିଲବନ ଗାଁ ରେ ଦେଖିବାକୁ ମିଳିଛି ଏହି ଆଶ୍ଚର୍ଯ୍ୟକର ଘଟଣା । ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ସେପଟେ ବନବିଭାଗ ଏହି ଖବର ପାଇ କୁମ୍ଭୀରକୁ ଉଦ୍ଧାର କରିବା ସହ ନଦୀରେ ଛାଡି ଥିବା ନେଇ ସୂଚନା ରହିଛି ।


