Wednesday, November 11, 2026
Home ଆଞ୍ଚଳିକ ହ୍ୟୁଷ୍ଟନ୍‌ ସହରରେ ପ୍ରତିଷ୍ଠା ହେଲା ଓଡ଼ିଶା ସଂସ୍କୃତି କେନ୍ଦ୍ର

ହ୍ୟୁଷ୍ଟନ୍‌ ସହରରେ ପ୍ରତିଷ୍ଠା ହେଲା ଓଡ଼ିଶା ସଂସ୍କୃତି କେନ୍ଦ୍ର

7

ଭୁବନେଶ୍ୱର, ୦୨/୦୭/୨୧ (ଜିଲ୍ଲା ଖବର) : ଓଡିଆ ସଂସ୍କୃତିର ପ୍ରୋତ୍ସାହନ ତଥା ସଂରକ୍ଷଣ ପାଇଁ ଆମେରିକାର ହ୍ୟୁଷ୍ଟନ୍‌ ସହର ସ୍ଥିତ ଓଡ଼ିଶା ସଂସ୍କୃତି କେନ୍ଦ୍ର ପକ୍ଷରୁ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଏହାର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ହ୍ୟୁଷ୍ଟନରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ପ୍ରୟାସରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସଂସ୍କୃତି, ସାହିତ୍ୟ, ଧର୍ମ ଏବଂ ଆଧ୍ୟାତ୍ମିକତାର  ଏକତ୍ରୀକରଣ ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି ଆୟୋଜକ ମାନେ କହିଛନ୍ତି।