Home ଆଞ୍ଚଳିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବଡ ଘୋଟାଲା

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବଡ ଘୋଟାଲା

62

କେନ୍ଦୁଝର, ୦୨/୦୭/୨୧ (ଜିଲ୍ଲା ଖବର) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବଡ ଘୋଟାଲା। ଜାଲ ଚିଠି ମାଧ୍ୟମରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ବେତନ ବୃଦ୍ଧି ।  ଅଭିଯୋଗର  ପରେ ବି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ହେଉନି କି ନିଆଯାଉନି କାର୍ଯ୍ୟାନୁଷ୍ଠାନ।  କେନ୍ଦୁଝର ଜିଲ୍ଳା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ବଡ ଧରଣର ଅନିୟମିତତା ନେଇ ଆସିଛି ସାଂଘାତିକ ଅଭିଯୋଗ।

7 ମାସ ପୂର୍ବରୁ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଏକ ଜାଲ ଚିଠି ମାଧ୍ୟରେ  ସାହାରପଡା ବ୍ଲକ ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯାଇଥିଲା। ପରେ ଏହା ଜାଲ ଚିଠି ବୋଲି ଜଣାପଡିବା ସହ ଜିଲ୍ଲା ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଂଗାଧର ସାହୁ ଲାଞ୍ଚ ନେଇ ଏପରି ଜାଲିଆତି କରିଥଇବା hi ଜଣାପଡିଥିଲା। ଜଣାପଡିବା ପରେ ବି ଜିଲ୍ଲା ଶିକ୍ଷା ଅଧିକାରୀ ଗଙ୍ଗାଧରଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।