Thursday, November 12, 2026
Home ଆଞ୍ଚଳିକ ଲୋକଙ୍କ ସେବା ପାଇଁ ନିଜ ବୃତ୍ତି ଛାଡିଲେ, କାର୍ ବିକି ଦେଲେ

ଲୋକଙ୍କ ସେବା ପାଇଁ ନିଜ ବୃତ୍ତି ଛାଡିଲେ, କାର୍ ବିକି ଦେଲେ

8

୦୨/୦୭/୨୧ (ଜିଲ୍ଲା ଖବର) : କରୋନା ମହାମାରୀ ଅନେକ ଲୋକଙ୍କୁ ଅନେକ ଶିକ୍ଷା ଦେଇଛି । କିଏ ଆତ୍ମନିର୍ଭରଶୀଳ ହୋଇଛି ତ କିଏ ଅସହାୟଙ୍କ ସାହାଯ୍ୟ କରିଛି । ଏହି ସଙ୍କଟରେ ଅନକେ ବ୍ୟକ୍ତିତ୍ୱ ଏପରି ଅଛନ୍ତି ଯେଉଁମାନେ ଅସହାୟଙ୍କୁ ସାହାଯ୍ୟ କରି ନାଁ କମାଇଛନ୍ତି । ତେବେ ତା ମଧ୍ୟରୁ ଜଣେ ହେଲେ  ମୁମ୍ବାଇର ଶାହାନୱାଜ୍ ଶେଖ୍ । ଯିଏ ଅକ୍ସିଜେନ ମ୍ୟାନ ଭାବେ ଏବେ ପରିଚିତ । 8 ହଜାରରୁ ଅଧିକ ଲୋକଙ୍କୁ ସିଏ ଅକ୍ସିଜେନ ଯୋଗାଇଛନ୍ତି । ଯେଉଁଥିପାଇଁ ଲୋକେ ତାଙ୍କୁ ଅକ୍ସିଜେନ ମ୍ୟାନ ବୋଲି କହୁଛନ୍ତି ।

ମୁମ୍ଶାବାଇର ହାନୱାଜ୍ ଶେଖଙ୍କ ବୟସ 32 ବର୍ଷ । ଏହି ବୟସରେ ଅନେକ ଲୋକ ଭଲ ଚାକିରି ଭଲ ଗାଡି ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । କିନ୍ତୁ ଶାହାନୱାଜ୍ ସମସ୍ତଙ୍କ ଠୁ ଭିନ୍ନ । ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ବୃତ୍ତି ତ ଛାଡି ଦେଇଛନ୍ତି , ଆଉ ସବୁଠାରୁ ବଡ କଥା ହେଲା ସେ ତାଙ୍କର 22 ଲକ୍ଷ ଟଙ୍କାର କାର୍ ବିକ୍ରି କରିଦେଇଛନ୍ତି । ଏନେଇ ସେ କୁହନ୍ତି ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଗର୍ଭବତୀ ଭଉଣୀଙ୍କୁ ଆଖି ଆଗରେ ଦେଖି ଖୁବ ବିଚଳିତ ହୋଇଥିଲେ । ଆଉ ଏହାପରେ ନିଶ୍ଚିତ କରିଥିଲେ ଯେ ସେ ଅନ୍ୟକୁ ସାହାଯ୍ୟ କରିବେ । ଏଥିପାଇଁ ସେବେଠୁ ସେ ଲୋକଙ୍କୁ ନିରନ୍ତର ସେବା ଯୋଗାଉଛନ୍ତି । ଯେପରି କୌଣସି ବ୍ୟକ୍ତି ବିନା ଅକ୍ସିଜେନରେ ମୃତ୍ୟୁ ନ ହୁଏ ସେଥିପାଇଁ ପଣ କରିଛନ୍ତି ।

ପ୍ରତ୍ୟେକ ଦିନ ତାଙ୍କ ଗ୍ରୁପ୍‌କୁ ସାହାଯ୍ୟ ପାଇଁ ୭୦୦ରୁ ୮୦୦ କଲ୍‌ ଆସୁଛି ।  ପ୍ରତିଦିନ ୫୦-୬୦ ଲୋକଙ୍କୁ ସେ ମାଗଣା ଅକ୍ସିଜେନ୍‌ ସହାୟତା ଯୋଗାଇ ଦେଉଛନ୍ତି ।