
ବାଲେଶ୍ୱର,୦୨/୦୭/୨୧ (ଜିଲ୍ଲା ଖବର) : ବାଲେଶ୍ୱର ନୀଳଗିରିରେ ହାତୀ ଆତଙ୍କ । ଶାଲବଣି ଗାଁରେ ପଶିଲା ଝାଡ଼ଖଣ୍ଡୀ ଦନ୍ତା ହାତୀ । ଗାଁରେ ଆତଙ୍କ ଖେଳାଇବା ସହ ଘର ଭାଙ୍ଗିଲା ହାତୀ । ମୟୂରଭଞ୍ଜର ଭୀମଦା ପରେ ନୀଳଗିରିର ମହିସାପଟାରେ ଗୁରୁବାର ରାତିରେ ଶାଳବଣି ଗାଁରେ ଝାଡ଼ଖଣ୍ଡୀ ଦନ୍ତା ହାତୀ ପଶି ଆସିଥିଲା । ଗାଁରେ ଆତଙ୍କ ଖେଳାଇବା ସହ ଘର ଭାଙ୍ଗୁଥିବା କରିଥିବା ନେଇ ଅଭିଯୋଗ ହୋଇଛି ।
ଅନ୍ୟ ପଟେ ଖବର ପାଇ ନୀଳଗିରି ରେଞ୍ଜର ବନ ବିଭାଗ ଟିମ୍ ସହ ରାତି ସାରା ହାତୀକୁ ଜଗି ରହିଥିଲେ । ଏବେ ହାତୀ ଗୋପାଳପୁର ଜଙ୍ଗଲ ମୁହାଁ ହେଉଥିବା ଜଣାପଡିଛି ।



