Wednesday, November 11, 2026
Home ଆଞ୍ଚଳିକ ଗୋଲ୍ଡେଡନ ବାବା; ପିନ୍ଧୁଛନ୍ତି 5 ଲକ୍ଷ ଟଙ୍କାର ମାସ୍କ

ଗୋଲ୍ଡେଡନ ବାବା; ପିନ୍ଧୁଛନ୍ତି 5 ଲକ୍ଷ ଟଙ୍କାର ମାସ୍କ

6

୦୨/୦୭/୨୧ (ଜିଲ୍ଲା ଖବର) : ବାବା ମନୋଜ ସେଙ୍ଗର । ବା ମନୋଜାନନ୍ଦ ମହାରାଜ ଯିଏ ଗଲ୍ଡେନ ବାବା ନାମରେ ବେଶ ପରିଚିତ । କାରଣ ବାବଙ୍କର ସବୁ ଜିନିଷ ସୁନାରେ ତିଆରି । ଶଙ୍ଖ, ରାମଚନ୍ଦ୍ର, ବଂଶୀ ଭଳି ବିଭିନ୍ନ ପଦାର୍ଥ ସବୁ କିଛି ସୁନାରେ ତିଆରି । ବାବା ପିନ୍ଧତି 5 ଲକ୍ଷ ଟଙ୍କାର ମାସ୍କ । ପୁଣି ମାସ୍କ ଭିତର ପାର୍ଶ୍ୱରେ ସାନିଟାଇଜର ଥିବା କହିଛନ୍ତି ବାବା ।  

କାନପୁରର ଏହି ବାବାଙ୍କ କହିବାନୁଯାୟୀ କୋଭିଡ ଦ୍ୱିତୀୟ ଲହରୀ ଭୟଙ୍କର ରହିଥିବା ବେଳେ ଅନେକ ଲୋକ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳିଥିଲା । ହେଲେ ସେ କହିଛନ୍ତି ଏହି ମାସ୍କ ସୁରକ୍ଷିତ । ଏହି ମାସ୍କ ଟ୍ରିପଲ କୋଟେଡ ରହିଛି । ଏବଂ ଏହାକୁ 3 ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହେବ ।  

ସୂଚନାଯୋଗ୍ୟ, ଗତବର୍ଷ ଅନେକ ଲୋକ ରୂପା, ସୁନା, ହୀରା ଓ ସଡେଇ ଆଦିରେ ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଥିବାର ନଜିର ରହିଛି ।