Wednesday, October 14, 2026
Home ଅପରାଧ ପୁଲୱାମାରେ ଯବାନ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ଯବାନ ସହିଦ

ପୁଲୱାମାରେ ଯବାନ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ଯବାନ ସହିଦ

12

୦୨/୦୭/୨୧ (ଜିଲ୍ଲା ଖବର) :   ଜାମ୍ମୁ କାଶ୍ମୀରର ଗତ କିଛିଦିନ ମଧ୍ୟରେ ହିଂସା ଜାରିରହିଛି । ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ଖୁମଖୁଲା ସୁରକ୍ଷାବାହିନୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ଆତଙ୍କବାଦୀ । ଏହାରି ଭିତରେ ପୁଲୱାମାର ହାଞ୍ଜିନ୍ ରାଜପୋରାରେ ବିଳମ୍ୱିତ ରାତିରେ ପୁଣି ଥରେ ଗୁଳିବିନିମୟ ହୋଇଛି ।

ଏଥିରେ ଜଣେ ଯବାନଙ୍କୁ ଗୁଳି ଲାଗିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ସେ ସହିଦ ହୋଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ପୁଲୱାମା ହାଞ୍ଜିନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲେ ସୁରକ୍ଷା ବାହିନୀ । ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ତେବେ 3 ରୁ 4 ଆତଙ୍କୀ ସେଠାରେ ଫସି ରହିଥିବା ଜଣାପଡିଛି ।

ଆଜି ସକାଳୁ ସେଠାକୁ ଯିବାକୁ ଥିବା ସମସ୍ତ ଏଣ୍ଟ୍ରି ଏବଂ ଏକ୍ଜିଟ୍ କୁ ବନ୍ଦ କରିଦିଆଯାଇଛି । ସର୍ଚ୍ଚ ଅପେରେସନକୁ ଆହୁରୀ ଜୋରଦାର କରାଯାଇଛି ।  ଡ୍ରୋନ ସାହାଯ୍ୟରେ ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି ।