Home ଆଞ୍ଚଳିକ ସୁନ୍ଦରଗଡ଼ ବିଜେପି ର ରାଜପଥ ଅବରୋଧ

ସୁନ୍ଦରଗଡ଼ ବିଜେପି ର ରାଜପଥ ଅବରୋଧ

16

ସୁନ୍ଦରଗଡ଼,୧/୦୭(ଜିଲ୍ଲା ଖବର) : ଭା.ଜ.ପା ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଙ୍କ ଆହ୍ୱାନକ୍ରମେ ଆଜି ସୁନ୍ଦରଗଡ଼ (ସାଂଗଠନିକ) ଜିଲ୍ଲା ତରଫରୁ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରବି ଚନ୍ଦ୍ର ପଟେଲ ଙ୍କ ନେତୃତ୍ୱରେ ରବି ଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା , ମଣ୍ଡିରେ ଧାନ ପଡ଼ି ରହିବା , ମଣ୍ଡିରେ ମିଲର୍ସଙ୍କ ମର୍ଜିରେ ଧାନ ଉଠିବା ସହ ୮ କେଜି ରୁ ୧୦ କେଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ କଟନୀଛଟନୀ କରିବା, ଏ ସମସ୍ତ ଅବ୍ୟବସ୍ଥା କୁ ସୁଧାରିବା ସହ ରାଜ୍ୟ ସରକାର ଟୋକନ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ଉଠାଇବା ପାଇଁ ଭୋଜପୁର, ସୁନ୍ଦରଗଡ଼ ଠାରେ ରାଜ୍ୟ ରାଜପଥ-୧୦ କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରଗଲା ତତସଙ୍ଗେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (CSO) ଙ୍କୁ ଚାଷୀଙ୍କ ବିଭିନ୍ନ ଦାବି କୁ ନେଇ ଏକ ଦାବି ପତ୍ର ପ୍ରଦାନ କରାଗଲା ।।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ଜାତୀୟ ପରିଷଦ ସଭ୍ୟ ପ୍ରେମ ସାଗର ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ, କୃଷକ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ଉପାଧ୍ୟାୟ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା, ଅମିର ନାଏକ, ଯଶବନ୍ତ ନାଏକ,ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦେହୁରୀ, ହିମାଂଶୁ ନାଏକ, ବସନ୍ତ ସାହୁ, ଜିଲ୍ଲା ଉପ ସଭାନେତ୍ରୀ ଆରତୀ ପଟେଲ, ଜିଲ୍ଲା ସଂପାଦକ ଆଶିଷ ପଟେଲ, ରାଜନ ସୋନି, ସତ୍ୟବାନ ବିସି, ଗୁଳସନ ବରୁଆ, ସୌଦାମିନୀ ବଂଛୁର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମୀୟ କୁମାର ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ସରାଫ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, ମଣ୍ଡଳ ସଭାପତି ଅରୁଣ ପ୍ରଧାନ, ଅଶୋକ ସାହୁ, ଉଦିତ ଖରସେଲ, ଉଚ୍ଛବ ତନ୍ତୀ, ବାବୁଲି ଖରସେଲ, ସୁଜିତ ପଟେଲ, ଜିଲ୍ଲା ପରିଷଦ ସଭ୍ୟ କାର୍ତିକ ମାଝୀ, ସରଧ।କର ସାନୁଏନ, ଅଶୋକ ଲାକ୍ରା, ଯୋଗେଶ୍ୱର ଭୋଇ ଜିଲ୍ଲା ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ପଟେଲ, ରଘୁବୀର ପାଣ୍ଡେ, ,ଡ଼ଃ ହିମାଂଶୁ ଷଡ଼ଙ୍ଗୀ, ବିକାଶ ନାଏକ,ସୁରେନ୍ଦ୍ର ସ୍ଵର୍ଣକାର, ସଂଜୀବ ସିଂହ, ବାସୁଦେବ ସାହୁ, ପ୍ରଶାନ୍ତ ସେଠ, ଶ୍ୟାମ ସୁନ୍ଦର ଭୋଇ, ଭବାନୀ ଶଙ୍କର ପଟେଲ, ଶିଶିର,ଘ ରାଉତରାୟ, ହରିହର ପଟେଲ, ଅସୀମ ପଟେଲ, ସୁଜିତ ପଟେଲ, ପରକ୍ଷିତ ସାହୁ ସମେତ ବହୁ ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ପ୍ରମୁଖ ସାମିଲ ହୋଇଥିଲେ ।।
ରିପୋର୍ଟ, ବିଶ୍ବରଂଜନ ହୋତା