Thursday, November 12, 2026
Home ଆଞ୍ଚଳିକ କରୋନାରେ ଯୁବ ସମାଜ ସେବୀ ମୃତ

କରୋନାରେ ଯୁବ ସମାଜ ସେବୀ ମୃତ

33

ପୁରୁଷୋତ୍ତମପୁର,୧/୦୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର୍ ବ୍ଳକ ଅନ୍ତର୍ଗତ ଟଙ୍କାଛାଇ ଗ୍ରାମ ପଞ୍ଛାୟତର ମହାଛାଇ ଗ୍ରାମରେ ଆଜି ଜଣେ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଯୁବ ସମାଜସେବି, ପରୋପକାରୀ ଭାବେ ରଜତ କୁମାର ସାହୁ ସୁନାମ ଅର୍ଜନ କରିଥିଲେ । ସେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ସ୍ଥିତ ଭେଟନାରୀ ଅଫିସରେ ଜଣେ ଦକ୍ଷ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସତ୍ତ୍ବେ ନିଜ ପଞ୍ଛାୟତରେ ଦୁଖୀ ରଙ୍କିଙ୍କ ର ପ୍ରାଣ ବିନ୍ଦୁ ହୋଇ ପଞ୍ଛାୟତବାସୀଙ୍କ ପ୍ରିୟଜନ ହୋଇ ପାରିଥିଲେ । ଅସାହାୟର ବନ୍ଧୁ ହୋଇ ଠିଆ ହେଉଥିଲେ, ସେ ଗତ ତା ୨୪.୦୫.୨୦୨୧ ରିଖରେ କୋରନା ଆକ୍ରାନ୍ତ ହୋଇ ସିତଳାପଲ୍ଲୀ ସ୍ଥିତ କୋଭିଡ ହସପିଟାଲରେ ଚିକିସ୍ଥିତ ହେଉଥିଲେ। ଦୀର୍ଘ ୩୬ ଦିନ ଧରି ଜୀବନ ସହ ସଂଘର୍ଷ କରି ଗୁରୁବାର ଦିନ ୧୨.୩୦ ଘଣ୍ଟିକାରେ ପ୍ରାଣବାୟୁ ଛାଡିଯାଇଥିଲା । ଗ୍ରାମରେ ଖବର ପହଞ୍ଚିବା କ୍ଷଣି ଶୋକର ଛାୟା ଖେଳିଯାଇଥିଲା ।