Wednesday, November 18, 2026
Home ଆଞ୍ଚଳିକ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ପଦ ଗ୍ରହଣ କଲେ ବିଜୟ କୁମାର...

କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ପଦ ଗ୍ରହଣ କଲେ ବିଜୟ କୁମାର ନାୟକ

17

କବିସୂର୍ଯ୍ୟନଗର,୧/୦୭(ଜିଲ୍ଲା ଖବର) : କବିସୂର୍ଯ୍ୟ ନଗର ବିଜ୍ଞାନ ମହାବିଦ୍ୟାଳୟ ର ଉଦ୍ଧିବିଦ ବିଜ୍ଞାନ ର ଅଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ନୂତନ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ,ଏହି ଅବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ନାୟକ ଙ୍କୁ ସ୍ୱାଗତ ଜଣାଇଛନ୍ତି ।ଗତ କାଲି ଏହି ମହାବିଦ୍ୟାଳୟ ରେ ପ୍ରାଣକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷ ପଦରୁ ଅବସରରେ ନେବାପରେ ସେହି ପଦ ରେ ବରିଷ୍ଠ ଅଧ୍ୟାପକ ଭାବରେ ବିଜୟ କୁମାର ନାୟକ ଏହି ଦାୟିତ୍ୱ ନେଇଛନ୍ତି।ଶ୍ରୀ ନାୟକ ଏହି କଲେଜ ରେ ପ୍ରତ୍ୟେକ ଓ ପରୋକ୍ଷ ଭାବେ ଅଧ୍ୟକ୍ଷ ଙ୍କ ଅନୁପସ୍ଥିତ ରେ ସେ ବହୁବାର କାର୍ଯ୍ୟ ତୁଲାଇ ଆସୁଥିଲେ।ଯାହାକି ତାଙ୍କରି ଅଭିଜ୍ଞତା ରହିଥିବା ହେତୁ ସେ ଏହି ମହାବିଦ୍ୟାଳୟ ସବୁ କାର୍ଯ୍ୟ ସମ୍ପାଦନ ସହ ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ଓ ସୁସ୍ଥ ପରିବେଶ ଦେଇପାରିବେ ବୋଲି ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କହିଛନ୍ତି ।