Tuesday, October 13, 2026
Home ଆଞ୍ଚଳିକ ବାଲିଗୁଡା ରେ ବନମହୋତ୍ସବ ପାଳିତ

ବାଲିଗୁଡା ରେ ବନମହୋତ୍ସବ ପାଳିତ

37

ବାଲିଗୁଡ଼ା, ୧/୦୭ { ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ବନ ଖଣ୍ଡରେ 72 ତମ ବନମହୋତ୍ସବ ପାଳିତ ହୋଇଛି |ବାଲିଗୁଡା ଡିଏ ଫ ଓ ବିଶ୍ୱନାଥ ନିଳନମ୍ବର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ନୁଆସାହି ସ୍ଥିତ ମେଗା ନର୍ସରୀ ରେ ମୁଖ୍ୟ ଅଥିତି ବୃକ୍ଷ ରୋପଣ କରିଥିଲେ ଏଥି ସହିତ ବାଲିଗୁଡା ବନଖଣ୍ଡ ତରଫରୁ ଚାରା ବିତରଣ କେନ୍ଦ୍ର ଖୋଲାଯାଇ 75 ପ୍ରକାର ଜଙ୍ଗଲ ଜାତ ବୃକ୍ଷ ଓଷଧ ଜାତୀୟ ବୃକ୍ଷ, ଫଳ ଗଛ ଗୁଡିକୁ ପ୍ରତି ଗଛପିଛା ଏକ ଟଙ୍କା ରେ ବିକ୍ରୟ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ, ବନପାଳ ମାନସ କୁମାର ସାହୁ, ବନରଖି ସତ୍ୟ ନାରାୟଣ ମହାନ୍ତି, ବାଲିଗୁଡା ଫାୟାର ଅଧିକାରୀ ଯୋଗଦେଇଥିଲେ |