Thursday, October 15, 2026
Home ଆଞ୍ଚଳିକ ନୂଆଗାଁ ନିକଟରେ ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା ଜଣେ ମୃତ

ନୂଆଗାଁ ନିକଟରେ ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା ଜଣେ ମୃତ

92

ବାଲିଗୁଡା,୦୧/୦୭ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ଘଟଣାରୁ ପ୍ରକାଶ ଯେ, ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମର ବୃନ୍ଦାବନ ଜାନୀ,(୫୦) ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକରେ ଯାଉଥିଲେ, ହେଲେ କୋଟଗଡର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନ ଜାନୀ ଙ୍କ ମୃତ୍ୟୁ ଘଟିଥିଲା | ସେଠାରୁ ଟ୍ରକ ଚାଳକ କେଉଁଆଡେ ଫେରାର ହୋଇଯାଇଥିଲା, ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଂଚି ଟ୍ରକକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି |