
ନୂଆଦିଲ୍ଲୀ,୦୧/୦୭/୨୧ (ଜିଲ୍ଲା ଖବର) : ଫରାହ ଖାନ ହେଉଛନ୍ତି ବଲିଉଡର ଜଣେ ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର । ତାଙ୍କ କୋରିଓଗ୍ରାଫିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସୋସିଆଲ ମିଡିଆରେ ଅନେକ ସମୟରେ ଆକ୍ଟିଭ ଥିବା ନଜର ଆସନ୍ତି ସେ । ପରିବାର ସହ ସେ ସବୁବେଳେ ଫଟୋ ସେୟାର କରନ୍ତି । ନିକଟରେ ତାଙ୍କର ଏକ ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ଝିଅ ଓ ପେଟ ଡଗ ସହିତ ନଜର ଆସୁଛନ୍ତି ।
ଫରାହ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ଫରାହ ତାଙ୍କ ଝିଅକୁ ଗେଲ କରୁଥିବା ସମୟରେ ,ତାଙ୍କର ପେଟ ଡଗ ସେଠାରେ ପହଞ୍ଚି ତାଙ୍କ ଉପରେ ଚଢିବାରେ ଲାଗୁଥିବା ନଜର ଆସୁଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି , ‘ ୟାକୁ ଏକା ରହିବାକୁ ଡର ଲାଗେ । ଯେତେବେଳେ ବି ମୁଁ ପିଲାଙ୍କୁ ଗେଲ କରେ, ସେତେବେଳେ ୟେ ମଧ୍ୟ ଭାଗ ବସାଇବାକୁ ଚାଲିଆସେ ‘।
ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।


