
୦୧/୦୭/୨୧ (ଜିଲ୍ଲା ଖବର) : ବାହା ହୋଇ କନିଆକୁ ଧରି ବର ନିଜ ଘରକୁ ଯାଉଥିଲା। ସମସ୍ତେ ମଜା କରି ତାଳରେ ତାଳ ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ ଗୀତର ଧୁମରେ ଝୁମିଥିଲେ। ସାଙ୍ଗରେ ବରାଯାତ୍ରୀ ବି ଥିଲେ। ତେବେ ବାହା ହୋଇ କନିଆକୁ ଧରି ଡଙ୍ଗାରେ ଆସୁଥିବା ବେଳେ ହଠାତ ନଦୀର ପାଣି ସ୍ତର ବଢିଯାଇଥିଲା। ଠିକ ଏତିକି ବେଳେ ବରଯାତ୍ରୀ ଡଙ୍ଗାରୁ ବାହାରି ଅଧାନଦୀରୁ ଚାଲି ଚାଲି ଯାଇଥିଲେ। ମାତ୍ର ପାଣି ଅଧିକ ହୋଇଯାଇଥିବାରୁ ବର , କନିଆକୁ କାନ୍ଧରେ ଲାଉ କରି ଅଧାନଦୀ ପାର ହୋଇଥିଲା।
ଘଟଣାଟି ହେଲା..
ଡଙ୍ଗାରେ ଆସୁଥିବା ବେଳେ ବର ଏବଂ ବର ସହିତ ଫେରୁଥିବା ବିବାହ ଶୋଭାଯାତ୍ରା ବିହାରର କାନକାଇ ନଦୀର ପ୍ରବଳ ସ୍ରୋତରେ ଅଟକି ଯାଇଥିଲା। ଏହି ଶୋଭାଯାତ୍ରା ଏକ ଡଙ୍ଗାରେ ନଦୀର ଅଧା ଅତିକ୍ରମ କଲା, କିନ୍ତୁ କିଛି ସମୟ ପରେ ଡଙ୍ଗା ଆଉ ଯାଇ ପାରିଲା ନାହିଁ।
ବାକି ବରଯାତ୍ରୀମାନେ ଚାଲିଚାଲି ନଦୀ ପାର ହେଉଥିବାବେଳେ ବର ଅଟକି ଯାଇଥିଲେ। ନଦୀର ଜଳ ସ୍ତର ବୃଦ୍ଧି ହେତୁ ବର ତାଙ୍କ ପତ୍ନୀଙ୍କୁ ସୁରକ୍ଷା ପାଇଁ ପାଣି ଭିତରକୁ ଯିବାକୁ ଦେଇନଥିଲେ। ଏହା ପରେ ବର ଶିବ କୁମାର ତାଙ୍କୁ ସାହାଯ୍ୟ କରିବାକୁ ଆସି ନବ ବିବାହିତ କନିଆକୁ କାନ୍ଧରେ ବୋହି ନଦୀ ପାର ହୋଇଥିଲେ।
କନିଆକୁ କାନ୍ଧରେ ଉଠାଇଥିବାବେଳେ ସେଠାରେ ଉପସ୍ଥିତ ଲୋକମାନେ ଏହି ଘଟଣାର ଅନେକ ଚିତ୍ର ଏବଂ ଭିଡିଓ କ୍ଲିକ୍ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ।
ଭିଡିଓ ଭାଇରାଲ ହେବା ମାତ୍ରେ ଏହା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।


