Home ଆଞ୍ଚଳିକ କ୍ରିକେଟର ମଜା ଉଠାଇଲେ ଅନୁପମ୍ ଖେର୍

କ୍ରିକେଟର ମଜା ଉଠାଇଲେ ଅନୁପମ୍ ଖେର୍

5

ନୂଆଦିଲ୍ଲୀ, ୦୧/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅନୁପମ ଖେର ଏବେ ତାଙ୍କ ହୋମଟାଉନ ସିମଲାରେ ଅଛନ୍ତି । ସୋସିଆଲ ମିଡିଆରେ ବେଶ ସକ୍ରିୟ ଅନୁପମ ଖେର । ସେ ସେୟାର କରୁଥିବା ପୋଷ୍ଟ ସବୁବେଳେ ସୋସିଅଲ ମିଡିଆରେ ଛାଇ ଯାଏ । ତେବେ ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ  ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । କେବଳ ଭାଇରାଲ ହେଉ ନାହିଁ ବରଂ ୟୁଜର୍ସ ଜବରଦସ୍ତ ରିଆକ୍ସନ ମଧ୍ୟ ଦେଉଛନ୍ତି ।

ଆଜ୍ଞା ହଁ, ହୋମଟାଉନ ସିମଲାରେ ଏବେ ଭରପୁର ମଜା ଉଠାଉଛନ୍ତି  ଅନୁପମ ଖେର୍ । ନିକଟରେ ସେୟାର କରିଥିବା ଭିଡିଓରେ ଅନୁପମ ଖେର କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି ।  କେବଳ ସେ କ୍ରିକେଟ ଖେଳୁ ନାହାଁନ୍ତି, ଏହା ସହିତ ଚଉକା-ଛକା ବି ମାରୁଛନ୍ତି ।  

ତାଙ୍କର ଏହି ଭିଡିଓରେ ଜଣେ ୟୁଜର ଲେଖିଛନ୍ତି ଯେ, ‘ଗଲି ବୟ’ । ଅନ୍ୟଜଣେ ଲେଖିଛନ୍ତି, ‘ଆପଣ ଏହି ବୟସରେ ବି ବହୁତ୍ ଫିଟ୍ ‘ । ଏମିତି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।