Home ଆଞ୍ଚଳିକ ମଣ୍ଡିରୁ ଧାନ ଉଠାଇବା ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି

ମଣ୍ଡିରୁ ଧାନ ଉଠାଇବା ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି

7

୦୧/୦୭/୨୧ (ଜିଲ୍ଲା ଖବର) : ମଣ୍ଡି ଖୋଲିଛି କିନ୍ତୁ ବିକ୍ରି ନହୋଇ ପଡି ରହିଛି ବସ୍ତା ବସ୍ତା ଧାନ । ଗଡି ଚାଲିଛି ଦିନ କିନ୍ତୁ ମଣ୍ଡିରୁ ଉଠୁନି ଧାନ। ଧାନ ବିକ୍ରି ନ ହୋଇପାରିବା କାରଣରୁ ବଢି ଚାଲିଛି ଚାଷୀଙ୍କ ଚିନ୍ତା । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି କରୁଣ ଚିତ୍ର । ସାରା ରାଜ୍ୟରେ ଜୋର ଧରିଛି ଚାଷୀ ଆସନ୍ତୋଷ। ମଣ୍ଡିରୁ ଧାନ ଉଠାଇବା ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ସେପଟେ ଚାଷୀଙ୍କ ଦୁର୍ଦଶା ଏବେ ରାଜନୈତିକ ମୋଡ ନେଲାଣି । ଚାଷୀଙ୍କ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ମଣ୍ଡି ସମସ୍ୟାର ସମାଧାନ ଦାବିରେ  ଆଜିଠାରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବିଜେପି ଓ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । 

ସେହିପରି ପିପିଲି ଟୋଲ ଗେଟରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ରାସ୍ତାରୋକ । ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଜୟ ପ୍ରଧାନ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ପଦାଧିକାରୀ ରାସ୍ତା ଅବରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀ ମରଣା ନୀତି ଓ ଧାନମଣ୍ଡିରେ ସରକାର ଧାନ କିଣୁନଥିବା ଯୋଗୁଁ ପ୍ରତିବାଦ କରୁଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଦୃଶ୍ୟ ସାମ୍ନାକୁ ଆସିଛି।