Saturday, November 14, 2026
Home ଆଞ୍ଚଳିକ ବିବାହ ପରେ ସୁଟିଂ ଆରମ୍ଭ କଲେ ୟାମି ଗୌତମ

ବିବାହ ପରେ ସୁଟିଂ ଆରମ୍ଭ କଲେ ୟାମି ଗୌତମ

10

ନୂଆଦିଲ୍ଲୀ, ୦୧/୦୭/୨୧ (ଜିଲ୍ଲା ଖବର) : ବିବାହ ପରେ ପୁଣି ସୁଟିଂ ସେଟକୁ ଫେରିଲେ ଅଭିନେତ୍ରୀ ୟାମି ଗୌତମ । ନିକଟରେ ସେ ତାଙ୍କର ଥ୍ରୀଲର ଫିଲ୍ମ’ ଏ ଥର୍ସଡେ’ର ସୁଟିଂ  ଆରମ୍ଭ କରିଛନ୍ତି । ସେଟକୁ ଫେରିବା ପରେ ବେଶ ସୁନ୍ଦର ଢଙ୍ଗରେ ସେଠାରେ ତାଙ୍କର ସ୍ୱାଗତ କରାଯାଇଥିଲା । ଯାହାର ଝଲକ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ଫୁଲ ସହିତ ଏକ ସୁନ୍ଦର କେକ ନଜର ଆସୁଛି । ସୁଟିଂ ସେଟରେ ତାଙ୍କର ଟିମ  ଫୁଲ ଏବଂ ମିଠା ସହିତ ତାଙ୍କର ସ୍ୱାଗତ କରିଛନ୍ତି । ୟାମି ଏହି ଫଟୋ ସେୟାର କରିବା ସହିତ  କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ମୋ ଟିମ…..ଏ ଥର୍ସଡେ ତରଫରୁ  ଏତେ ସୁନ୍ଦର ସ୍ୱାଗତ  ଓ ଶୁଭକାମନା ‘ । ଆଗକୁ ସେ କହିଛନ୍ତି, ଯେତେବେଳେ କାମକୁ ଆସିବା ପରେ ଏମିତି ଆରମ୍ଭ ହୁଏ …..ସବୁ ଶୁଭକାମନା ପାଇଁ ଧନ୍ୟବାଦ  ।

ପ୍ରକାଶ ଥାଉକି, ୟାମି ଗୌତମ ୪ ଜୁନରେ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କରୋନାକୁ ଦୃଷ୍ଟିରେ  ରଖି ସାଧାରଣ ଭାବେ ବିବାହ ଉତ୍ସବ  ଅନୁଷ୍ଠିତ କରା ଯାଇଥିଲା । ଖୁବ୍ ଲୋକ ବିବାହରେ ସାମିଲ ହୋଇଥିଲେ ।