
ନବରଙ୍ଗପୁର, ୦୧/୦୭/୨୧ (ଜିଲ୍ଲା ଖବର) : ଭଣଜାର ଲୁହାଛଡ଼ ଆକ୍ରମଣ ରେ ମାମୁଁ ଗୁରୁତର। ଜମି ଜମା ମାମଲାକୁ ନେଇ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଣ୍ଡସା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିଜ ଭଣଜା ସହ ଆଉ ତିନିଜଣ ମିଶି ଗୁରୁତର ଭାବେ ଆକ୍ରମଣ କରିଛନ୍ତି। ଗୁରୁତର ଜଣକ ହେଲେ ସଣ୍ଡସା ଗ୍ରାମର ମନ୍ମଥ ଗଣ୍ଡ। ମନ୍ମଥଙ୍କ ନିଜର ୪ ଏକର ଜମି ରହିଛି। ଏହି ଜମିକୁ ନେଇ ତାଙ୍କ ଭଣଜାଙ୍କ ସହିତ ପୂର୍ବରୁ ବିବାଦ ଲାଗିରହିଥିଲା।
ଗତକାଲି ମନ୍ମଥ ଚାଷଜମିରୁ ଫେରି ଘରେ ଥିବା ସମୟରେ ହଠାତ ତାଙ୍କ ଭଣଜା ପ୍ରୀତମ ଓ ତାଙ୍କ ତିନି ସାଥି ଅନନ୍ତ, ଜଗବନ୍ଧୁ ଓ ଲକ୍ଷ୍ମଣ ଆକ୍ରମଣ କରିଥିଲେ। ଏଥି ସହ ତାଙ୍କ ପେଟରେ ଏକ ଲୁହା ଛଡ଼ ସାହାଯ୍ୟରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମନ୍ମଥଙ୍କୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି।
ପରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ମନବୋଧର ଛାତିରେ ଲୁହା ଛଡ଼ ଲାଗିଛି ବର୍ତ୍ତମାନ ତାର ଅବସ୍ଥା ସ୍ଥିର ଅଛି। କିନ୍ତୁ ଭଲ ଚିକିତ୍ସା ପାଇଁ ତାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।



