Thursday, November 12, 2026
Home ଆଞ୍ଚଳିକ କାକୁଡି ବେସର

କାକୁଡି ବେସର

21

ଆବଶ୍ୟକ ସାମଗ୍ରୀ-

କାକୁଡି, ଲୁଣ, ହଳଦୀ ପାଉଡର, ସୋରିଷ, ରସୁଣ, ଶୁଖିଲା ଲଙ୍କା, ତେଲ, ପଞ୍ଚ ଫୁଟଣ, ଭ୍ରୁସଙ୍ଗ ପତ୍ର, ପିଆଜ, ଟମାଟୋ, ଧନିଆ ପତ୍ର ।

 ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ କାକୁଡିର ଚୋପା ଛଡେଇ ଛୋଟଛୋଟ ଖଣ୍ଡ କରି କାଟିବେ । ଏହାପରେ  ପାଣିରେ କଟା କାକୁଡି, ଲୁଣ ଏବଂ ହଳଦୀ ପାଉଡର ପକାଇ ସିଝାଇବେ । ତାପରେ  ସୋରିଷ,ରସୁଣ ଏବଂ ଶୁଖିଲା ଲଙ୍କାରେ ରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ  ଗ୍ୟାସରେ କଡେଇ ବସେଇ ତେଲ ପକାଇବେ ।  ତେଲ ଗରମ ହେବାପରେ ସେଥିରେ ପଞ୍ଚ ଫୁଟଣ ପକାଇ ଫୁଟାଇବେ । ଏହାପରେ ସେଥିରେ ଭ୍ରୁସଙ୍ଗ ପତ୍ର କଟା ପିଆଜ ପକାଇ ଭାଜିବେ ।  ପିଆଜ ଭାଜି ହୋଇ ଆସିଲେ, ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଡ ହୋଇ ଆସିଲେ, ସେଥିରେ  ଗ୍ରାଇଣ୍ଡିଂ କରିଥିବା ସୋରିଷ ପେଷ୍ଟ ଏବଂ ଅଳ୍ପ ପାଣି ପକାଇ ମିକ୍ସ କରି, କିଛି ସମୟ କଷିବେ ।  ଏହାପରେ ସେଥିରେ ସିଝାଇ ରଖିଥିବା କାକୁଡି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ଏବଂ କଟା ଧନିଆ ପତ୍ର ପକାଇ ମିକ୍ସ କରି, ଗ୍ୟାସ ବନ୍ଦ କରିବେ ।  ପ୍ରସ୍ତୁତ ହୋଇଗଲା କାକୁଡି ବେସର । ଏବେ ଏହାର ମଜା ନେଇ ପାରିବେ ।