
ମୁମ୍ବାଇ, ୦୧/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ବର୍ଷ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି । ଅନୁଷ୍କା ଏବଂ ବିରାଟ ଝିଅର ନାଁ ରଖିଛନ୍ତି ଭାମିକା । ପ୍ରସବ ସମୟରେ ପୋଷାକ ଗୁଡିକ ସେ ଏବେ ଅନଲାଇନରେ ବିକ୍ରି କରିବା ପାଇଁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ସମାଜର ଭଲ ପାଇଁ ମାତୃତ୍ୱ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସବୁଠାରୁ ଖାସ କଥା ହେଉଛି , ଏହି ପୋଷାକରୁ ପ୍ରାପ୍ତ ଅର୍ଥକୁ ମାତୃ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ଏବଂ ୨.୫ ଲକ୍ଷ ଲିଟର ଜଳ ସଞ୍ଚୟ ପାଇଁ ଦାନ କରିବେ।
ଅନୁଷ୍କା ଶର୍ମା ‘ସର୍କୁଲାର ଅର୍ଥନୀତି’କୁ ପ୍ରୋତ୍ସାହିତ କରିବା ପାଇଁ ନିଜର ମାତୃତ୍ୱ ପୋଷାକ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ‘ ଏହା ଏକ ସରଳ ଉପାୟ ଅଟେ,ଯାହା ଦ୍ବାରା ସମସ୍ତେ ଏକ ଦୟାପୂର୍ଣ୍ଣ ଜୀବନ ଜିଇଁ ପାରିବେ ।
ଏହି ପୋଷାକଗୁଡ଼ିକୁ ଆମେ ପୁନର୍ବାର ‘ସର୍କୁଲାର ଫେସନ’ରେ ବିକ୍ରୟ କରି ପର୍ଯାବରଣ ଉପରେ ଏହାର ସକରାତ୍ମକ ପ୍ରଭାବ ପକେଇବା ଦିଗରେ ସହଯୋଗ କରିପାରିବା । ମୋର ଗର୍ଭଧାରଣ ସମୟରେ, ମୁଁ ଅନୁଭବ କଲି ଯେ ଆମ ଜୀବନର ଏହି ପର୍ଯ୍ୟାୟ ‘ସର୍କୁଲାର ଅର୍ଥନୀତି’ରେ ଅଂଶଗ୍ରହଣ କରିବା ନେଇ ଅତ୍ୟନ୍ତ ଉପଯୋଗୀ।”



