
୦୧/୦୭/୨୧ (ଜିଲ୍ଲା ଖବର) : ଆଜିକାଲି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ପ୍ରାୟତଃ ଅନେକ ଲୋକ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନଶୀଳ ହୋଇ ପାରୁ ନାହାଁନ୍ତି । ଯାହା ଦ୍ୱାରା ଅନେକ ସମୟରେ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିଭିନ୍ନ ସମସ୍ୟା ମଧ୍ୟରେ ହୃଦୟ ଜନିତ ସମସ୍ୟାର ଅନେକ ଲୋକ ସାମ୍ନା କରୁଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ହୃଦୟ ଜନିତ ସମସ୍ୟା ପାଇଁ , ପ୍ରଥମେ ଡକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହିତ , ନିଜ ଖାଦ୍ୟ-ପାନୀୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆସନ୍ତୁ ଏମିତି କିଛି ପାନୀୟ ବିଷୟରେ ଜାଣିବା , ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
-ପାଳଙ୍ଗ ଏବଂ ବ୍ରୋକଲି ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ଏଥିରୁ ପ୍ରସ୍ତୁତ ଜୁସ୍ ପିଇବା ଦ୍ୱାରା, ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
-ହୃଦୟକୁ ସୁସ୍ଥ ରଖିବା ପାଇଁ ଗାଜର ଏବଂ ବିଟରୁ ପ୍ରସ୍ତୁତ ଜୁସ ବହୁତ ଉପକାରୀ ହୋଇଥାଏ । ଏହା ପିଇବା ଦ୍ୱାରା, ହୃଦୟ ଭଲ ରହିଥାଏ ।
–ସ୍ୱାସ୍ଥ୍ୟ ପାଇଁ କାକୁଡି ବହୁତ୍ ଲାଭଦାୟକ । ଏଥିରେ ପାଣିର ପରିମାଣ ଅଧିକ ଥାଏ । ତେବେ କାକୁଡି ସହିତ ପୁଦିନା ପତ୍ର ମିଶାଇ ଗ୍ରାଇଣ୍ଡିଂ କରି ଜୁସ ପ୍ରସ୍ତୁତ କରିବେ । ଏହି ଜୁସ ହୃଦୟ ଜନିତ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଖରାପ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ ।


