
ନୟାଗଡ, ୦୧/୦୭/୨୧ (ଜିଲ୍ଲା ଖବର) : ଖଣ୍ଡପଡ଼ା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷପାତିତା ଓ ଅଣଦେଖା ମନୋଭାବ ଯୋଗୁଁ ଖଣ୍ଡପଡ଼ା ଜନସାଧାରଣ ପ୍ରତେକ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍ ବିଭାଗର ଖାମଖିଆଲି ବେପରୁଆ ମନୋଭାବ ଯୋଗୁଁ ଖଣ୍ଡପଡ଼ା ଅଞ୍ଚଳରେ ଦିନକୁ ୮ ରୁ ୧୦ ଘଣ୍ଟା ବିଦ୍ୟୁତ୍ କାଟ ଲୋଭୋଲଟେଜ ସମସ୍ୟା ଲାଗିରହିଛି ସେଥିପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ ୪ଦଫା ଦାବି ନେଇ ଖଣ୍ଡପଡ଼ା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୧୦ଦିନ ହେଲା ଗଣ ଧାରଣା ଦିଆଯାଇଛି । ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗର କୌଣସି କର୍ତ୍ତୃପକ୍ଷ ଧାରଣ ସ୍ଥଳରେ ବୁଝାସୁଝା କରିବା ପାଇଁ ପହଞ୍ଚି ନାଁହାନ୍ତି ଫଳରେ ଘଟଣାସ୍ଥଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବାଇଗୁଣିଆ ଗ୍ରାମର ତିନୋଟି ସାହି ଯଥା – ନୂଆପାଟଣା,ତେଲିସାହି,ବାଉତିସାହି ଲୋକମାନେ ଦୀର୍ଘ ଦିନଧରି ଲୋ-ଭୋଲଟେଜ ରହୁଥିବା ଯୋଗୁଁ ଅଭିଯୋଗ କରୁଥିଲେ ମଧ୍ୟ ସମସ୍ୟା ସମାଧାନ ନହେବା ଯୋଗୁଁ ଆଜି କିଛି ଯୁବକ ଖଣ୍ଡପଡ଼ା ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ପୋଲିସ ପହଞ୍ଚି ଯୁବକ ମାନଙ୍କୁ ବୁଝାସୁଝା କରିବାରୁ ତାଲା ଖୋଲାଯାଇଥିଲା କିନ୍ତୁ ଯୁବକ ମାନେ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟ କୁ ବନ୍ଦ କରିବା ପାଇଁ ଜିଦ୍ କରିଥିଲେ।।



