
ଆବଶ୍ୟକ ସାମଗ୍ରୀ-
ରାଜମା, ଲୁଣ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର , ଅଦା-ରସୁଣ ପେଷ୍ଟ, ପିଆଜ, ଘିଅ, ଟମାଟୋ ପ୍ୟୁରୀ, ଧନିଆ ପତ୍ର, ଧନିଆ ପାଉଡର, ତେଜପତ୍ର, ଗୁଜୁରାତି, ଜିରା, କଂଚା ଲଙ୍କା, ଗରମ ମସଲା, କସ୍ତୁରୀ ମେଥି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ରାଜମାକୁ ଏକ ଦିନ ପୂର୍ବରୁ ପାଣିରେ ଭିଜାଇ ରଖିବେ । ଏହାପରେ ଗ୍ୟାସରେ କୁକର ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ତେଜପତ୍ର ଏବଂ ଗୁଜୁରାତି ପକାଇବେ । ତାପରେ ସେଥିରେ ଜିରା ଏବଂ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ, ସେଥିରେ କଟା କଂଚା ଲଙ୍କା, ଅଦା-ରସୁଣ ପେଷ୍ଟ ପକାଇ କଷିବେ । ଏହା ଭଲଭାବେ କଷିହେବା ପରେ, ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ଏବଂ ଟମାଟୋ ପ୍ୟୁରୀ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଭିଜାଇ ରଖିଥିବା ରାଜମା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । କିଛି ସମୟ ଏହାକୁ ମିକ୍ସ କରିବା ପରେ, ସେଥିରେ ପାଣି ଢାଳି ଗୋଳାଇବେ । ତାପରେ କୁକର ବନ୍ଦ କରି ଏହାକୁ ସିଝିବାକୁ ଛାଡିବେ । ରାଜମା ସିଝିବା ପରେ , ଗ୍ୟାସ ବନ୍ଦ କରି କୁକରର ସିଟି ବାହାର କରିବେ । ଏହାପରେ ସେଥିରେ ଅଳ୍ପ କସ୍ତୁରୀ ମେଥି, ଗରମ ମସଲା, କଟା ଧନିଆ ପତ୍ର ଏବଂ ଘିଅ ପକାଇବେ । ପ୍ରସ୍ତୁତ ହୋଇଗଲା ରାଜମା ମସଲା । ଏବେ ଏହାର ମଜା ନେଇ ପାରିବେ ।


