Sunday, November 15, 2026
Home ଆଞ୍ଚଳିକ ସୋସିଆଲ୍ ମିଡିଆରେ ସନ୍ନି ଲିଓନିଙ୍କୁ ୟୁଜରଙ୍କ ଧମକ

ସୋସିଆଲ୍ ମିଡିଆରେ ସନ୍ନି ଲିଓନିଙ୍କୁ ୟୁଜରଙ୍କ ଧମକ

12

ନୂଆଦିଲ୍ଲୀ, ୦୧/୦୭/୨୧ (ଜିଲ୍ଲା ଖବର) : ବଲିଉଡର ବେବିଡଲ ଭାବେ ଜଣାଶୁଣା ସନ୍ନି ଲିଓନି, ସବୁବେଳେ ନିଜ ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ସନ୍ନି । ନିକଟରେ ସେ ସେୟାର କରିଥିବା ଏକ ଫଟୋକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏବେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛ, ସର୍ବସାଧାରଣରେ ସନ୍ନିଙ୍କୁ ଧମକ ଦେଇଛନ୍ତି ଜଣେ ୟୁଜର ।

ସୋସିଆଲ ମିଡିଆରେ ସନ୍ନି ଏହି ଧମକପୂର୍ଣ୍ଣ କମେଣ୍ଟର ସ୍କ୍ରିନସର୍ଟ ସେୟାର କରିଛନ୍ତି । ଯେଉଁଥିରେ ୟୂଜର ଅଭିନେତ୍ରୀଙ୍କ ଫଟୋ ଉପରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, ‘ତୁମର କିଛି ଭିଡିଓ ମୋ ପାଖରେ ଅଛି । ଯଦି ତୁମେ ଉତ୍ତର ନଦିଅ ତେବେ ମୁଁ ସେ ଭିଡିଓ ଭାଇରାଲ କରିଦେବି । ଏହା ମୋର ବଚନ । ମୋର ବଚନ ହିଁ ମୋର ଶାସନ ‘। ଏବେ ସୋସିଆଲ ମିଡିଆରେ ଏହି ଟୁଇଟ୍ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ଫ୍ୟାନ୍ସମାନେ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି ।