Monday, November 16, 2026
Home ଆଞ୍ଚଳିକ ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୭୮୬ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୭୮୬ ପଜିଟିଭ ଚିହ୍ନଟ

7

ନୂଆଦିଲ୍ଲୀ,୦୧/୦୭/୨୧ (ଜିଲ୍ଲା ଖବର) : ଆଜି ଦେଶରେ ୪୮,୭୮୬ ପଜିଟିଭ ଚିହ୍ନଟ। ଦେଶରେ ଲଗାତାର ସଂକ୍ରମଣ ସଂଖ୍ୟା ଖସୁଛି। 
ଦେଶରେ କମୁଛି କରୋନା ସଂକ୍ରମଣ ହାର । ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୭୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୦୪,୧୧,୬୩୪କୁ ବୃଦ୍ଧି ପାଇଛି । ଆଜି ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

ଏଥିସହ ଦେଶେର ମୋଟ୍ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ୫,ଲକ୍ଷ ୨୩ ହଜାର ୨୫୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ଏବେ ସୁଦ୍ଧା ମୋଟ୍ ୨କୋଟି ୯୪ ଲକ୍ଷ ୮୮ ହଜାର ୯୧୮ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ସାରିଛନ୍ତି ।