
ଭୁବନେଶ୍ଵର, ୦୧/୦୭/୨୧ (ଜିଲ୍ଲା ଖବର) : ମଣ୍ଡି ଖୋଲିଛି କିନ୍ତୁ ବିକ୍ରି ନ ହୋଇ ପଡିରହିଛି ବସ୍ତାବସ୍ତା ଧାନ । ଗଡି ଚାଲିଛି ଦିନ କିନ୍ତୁ ମଣ୍ଡିରୁ ଉଠୁନି ଧାନ। ଧାନ ବିକ୍ରି ନହୋଇପାରିବା କାରଣରୁ ବଢି ଚାଲିଛି ଚାଷୀଙ୍କ ଚିନ୍ତା । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି କରୁଣ ଚିତ୍ର । ସାରା ରାଜ୍ୟରେ ଜୋର ଧରିଛି ଚାଷୀ ଆସନ୍ତୋଷ। ମଣ୍ଡିରୁ ଧାନ ଉଠାଇବା ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି।
ସେପଟେ ଚାଷୀଙ୍କ ଦୁର୍ଦଶା ଏବେ ରାଜନୈତିକ ମୋଡ ନେଲାଣି। ଚାଷୀଙ୍କ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ମଣ୍ଡି ସମସ୍ୟାର ସମାଧାନ ଦାବିରେ ଆଜିଠାରୁ ରାଜନୈତିକ ଦଳମାନଙ୍କର ହେବାକୁ ଯାଉଛି ବିଗ ଏଂଟ୍ରି । ରାଜ୍ୟର ଅନ୍ନଦାତାଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବିରୋଧୀ।



