
୦୧/୦୭/୨୧ (ଜିଲ୍ଲା ଖବର) : ଜାତୀୟ ଡାକ୍ତର ଦିବସ ଅବସରରେ ଆଜି ଚିକିତ୍ସା ଜଗତ ସହ ଜଡିତ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଭାରତୀୟ ଚିକିତ୍ସା ସଂଘ ଆଇଏମଏ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, କୋଭିଡ-19 ବିରୁଦ୍ଧ ଲଢେଇରେ ଭାରତ ନିଜର ସମସ୍ତ ଡାକ୍ତରଙ୍କ ଉଦ୍ୟମକୁ ନେଇ ଗର୍ବିତ।
ଅପରାହ୍ଣ 3ଟାରେ ଏହି କାର୍ଯ୍ୟକ୍ରମ ହେବ। ପ୍ରତିବର୍ଷ ଜୁଲାଇ 1 ତାରିଖକୁ ସାରା ଦେଶରେ ଜାତୀୟ ଡାକ୍ତର ଦିବସ ରୁପେ ପାଳନ କରାଯାଉଛି। ଏହି ଦିନ ମହାନ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନଚନ୍ଦ୍ର ରାୟଙ୍କ ଜନ୍ମଦିନ ଏବଂ ପୂର୍ଣ୍ଣ୍ୟତିଥି।


