
ଭୁବନେଶ୍ଵର, ୦୧/୦୭/୨୧ (ଜିଲ୍ଲା ଖବର) : ଆଜିଠୁ ରାଜ୍ୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଛି। ଜୁଲାଇ 16 ଯାଏଁ ଘୋଷଣା କରାଯାଇଛି ଆଂଶିକ ଲକଡାଉନ୍ । କ୍ୟାଟାଗୋରୀ ଏରେ 20 ଜିଲ୍ଲା ଏବଂ କ୍ୟାଟାଗୋରୀ ବି ରେ 10 ଜିଲ୍ଲା ରହିଛି । କ୍ୟାଟାଗୋରୀ ଏରେ ସାପ୍ତାହିକ ହାଟ, ଦୈନିକ ହାଟ ଖୋଲିବ। ସପ୍ତାହନ୍ତ ସଟ୍ଡାଉନ୍ ହେବ ନାହିଁ । ଜିଲ୍ଲା ଭିତରେ ବସ୍ ଚଳାଚଳ କରିପାରିବ । କ୍ୟାଟାଗୋରୀ ଏରେ ପୂର୍ବରୁ ଥିବା 17 ଜିଲ୍ଲାରେ ସାମିଲ ହୋଇଛି ଆଉ 3 ଜିଲ୍ଲା। ଅଗୁଗୁଳ, କେନ୍ଦୁଝର ଓ ଢ଼େଙ୍କାନାଳକୁ କ୍ୟାଟାଗୋରୀ ଏରେ ସାମିଲ କରାଯାଇଛି । ସେହିପରି 5 ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ କ୍ୟାଟାଗୋରୀ ବିରେ ରଖାଯାଇଛି । କ୍ୟାଟାଗୋରୀ ବିରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାରେ ସକାଳ 6ଟାରୁ ଦିନ 2ଟା ଯାଏ ସମସ୍ତ ଦୋକାନ ଖୋଲିବ। ମଲ୍, ସ୍ପା, ବିୟୁଟି ପାର୍ଲର ବନ୍ଦ ରହିବ । ସେହିପରି ସାରା ରାଜ୍ୟରେ ସନ୍ଧ୍ୟା 6ଟାରୁ ସକାଳ 6 ନାଇଟ କର୍ଫ୍ୟୁ ଜାରି ରହିବ।


