
ନୂଆଦିଲ୍ଲୀ, ୦୧/୦୭/୨୧ (ଜିଲ୍ଲା ଖବର) : ଆଜି ହେଉଛି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜନ୍ମଦିନ । ୧ ଜୁଲାଇ ୧୯୯୨ରେ ବେଙ୍ଗାଲୁରୁରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୦୯ରେ ଛୋଟ ପରଦାରୁ ସେ କ୍ୟାରିୟର ଆରମ୍ଭ କରିଥିଲେ ।
ରିୟା ବଲିଉଡ ଫିଲ୍ମ’ମେରେ ଡାଡ୍ କି ମାରୁତି’ ମାଧ୍ୟମରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନୟ ଦୁନିଆଁରେ ପାଦ ଥାପିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ସେ ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ ଫିଲ୍ମ ଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


