
୦୧/୦୭/୨୧ (ଜିଲ୍ଲା ଖବର) : ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଦ୍ବାରା ଲାଭବାନ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ 11 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।
ଡିଜିଟାଲ୍ ଇଣ୍ଡିଆ ଭାରତୀୟଙ୍କ ଜୀବନରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଟେକ୍ନୋଲୋଜି ଉପରେ ଆମର ଗୁରୁତ୍ବ, ସେବା ବିତରଣକୁ ଆହୁରି ବୃଦ୍ଧି କରିବା ସହ ସ୍ବଚ୍ଛତାକୁ ମଧ୍ୟ ବୃଦ୍ଧି କରିଛି। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।


