Monday, November 16, 2026
Home ଆଞ୍ଚଳିକ ମୁଗ ଡାଲିର ସ୍ୱାସ୍ଥ୍ୟ ଉପକାରୀ ଗୁଣ

ମୁଗ ଡାଲିର ସ୍ୱାସ୍ଥ୍ୟ ଉପକାରୀ ଗୁଣ

13

୦୧/୦୭/୨୧ (ଜିଲ୍ଲା ଖବର)  :  ଉତ୍ତମ ସ୍ୱାସ୍ଥ୍ୟ  ପାଇଁ ଡାଲି ବହୁତ୍ ଉପକାରୀ । ଡାଲିରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ପ୍ରତିଦିନ ଡାଲି ଖାଇବା ଦ୍ବାରା ,ଏହା ସ୍ୱାସ୍ଥ୍ୟ  ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।ଅନେକ ରୋଗ ବେମାରୀରୁ ଶରୀରକୁ ରକ୍ଷା କରିଥାଏ ।ତେବେ ଆସନ୍ତୁ ଜାଣିବା ମୁଗ ଡାଲିର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

ମୁଗ ଡାଲିରେ କାର୍ବୋହାଇଡ୍ରେଟ, ଭିଟାମିନ’ବି’, ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ,ପୋଟାସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।

-ମୁଣ୍ଡ ବିନ୍ଧା ସମସ୍ୟା କମ୍ କରିବା ପାଇଁ ,ମୁଗ  ଡାଲି ବହୁତ ଲାଭଦାୟକ । ଏଥିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ପ୍ରତିଦିନ ଖାଇବା ଦ୍ବାରା ମୁଣ୍ଡ ବିନ୍ଧା ସମସ୍ୟା କମ୍ ହୋଇଥାଏ ।

-ପାଚନ ତନ୍ତ୍ରକୁ  ଭଲ ରଖିବାରେ ସାହାଯ୍ୟ କରେ ମୁଗ ଡାଲି । ତେଣୁ ପ୍ରତିଦିନ ନିଜ ଡାଏଟରେ ମୁଗ ଡାଲି ସାମିଲ କରିବା ଭଲ ।

-ମୁଗ ଡାଲି ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ ।

-ମୁଗ ଡାଲିରେ ଆଇରନର ମାତ୍ରା ଅଧିକ ରହିଥାଏ  । ଦୁର୍ବଳତା ଅନୁଭବ କରୁଥିଲେ, କିମ୍ବା ଶରୀରରେ ଆଇରନର ଅଭାବ ଥିଲେ, ଏଥିପାଇଁ ପ୍ରତିଦିନ ମୁଗ ଡାଲି  ସେବନ କରିବା ବହୁତ୍ ଲାଭଦାୟକ ।