
୦୧/୦୭/୨୧ (ଜିଲ୍ଲା ଖବର) : ଯେ କୌଣସି ଋୁତୁ ହେଉନାଁ କାହିଁକି , ତ୍ୱଚାରେ ସୂର୍ଯ୍ୟକିରଣ ପଡିବା ଦ୍ୱାରା, ତ୍ୱଚାର ସୁନ୍ଦରତା କମିଥାଏ । ତ୍ୱଚାରେ ଟ୍ୟାନିଂ ପଡିବା ଠାରୁ ଆରମ୍ଭ କରି , ତ୍ୱଚା ଫିକା ପଡିବା ଯାଏଁ , ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଏମିତି କିଛି ଘରୋଇ ଫେସପ୍ୟାକ୍ ବିଷୟରେ ଜାଣିବା, ଯାହା ତ୍ୱଚାକୁ ସୂର୍ଯ୍ୟକିରଣର କୁ-ପ୍ରଭାବରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ସୂର୍ଯ୍ୟକିରଣର କୁ-ପ୍ରଭାବରୁ ତ୍ୱଚାକୁ ରକ୍ଷା କରିବା ପାଇଁ ,ଟମାଟୋ ଫେସପ୍ୟାକ ବହୁତ୍ ଲାଭଦାୟକ ହୋଇଥାଏ । ଟମାଟୋକୁ ପେଷ୍ଟ କରି, ସେହି ପେଷ୍ଟକୁ ତ୍ୱଚାରେ ଲଗାଇ ୧୫ ରୁ ୨୦ ମିନିଟ ଯାଏଁ ରଖିବେ । ଏହାପରେ ତ୍ୱଚାକୁ ଧୋଇ ସଫା କରିବେ ।
– ଏହି ସବୁ ସମସ୍ୟାରୁ ରକ୍ଷା କରିବା ପାଇଁ ଆଉ ଏକ ଫେସପ୍ୟାକ୍ ହେଉଛି-ଚନ୍ଦନ ପାଉଡରେ ଗୋଲାପ ଜଳ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ ଏହି ପ୍ୟାକକୁ ତ୍ୱଚାରେ ଲଗାଇ ଶୁଖିବା ପରେ ଧୋଇବେ । ଏହା ଏହି ସମସ୍ୟାରୁ ତ୍ୱଚାକୁ ରକ୍ଷା କରିବା ସହିତ , ତ୍ୱଚାକୁ ସତେଜ ଓ ଚମକଦାର କରିଥାଏ ।
-ସତେଜ ଆଲୋଭେରା ହେଉ ବା, ବଜାରରେ ମିଳୁଥିବା ଆଲୋଭେରା ଜେଲ ହେଉ , ଯେ କୌଣସି ଆଲେଭେରା ଜେଲକୁ ତ୍ୱଚାରେ ଲଗାଇ ରାତିରେ ଶୋଇ ପାରିବେ । ନଚେତ ଏହାକୁ ତ୍ୱଚାରେ କିଛି ସମୟ ଲଗାଇ ମଧ୍ୟ ତ୍ୱଚାକୁ ଧୋଇ ପାରିବେ । ଏହା ମଧ୍ୟ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।


