Monday, November 16, 2026
Home ଆଞ୍ଚଳିକ କାହିଁକି ଘୋଡାକୁ ଦେଖି ଡରିଲେ ଜରିନ୍ ?

କାହିଁକି ଘୋଡାକୁ ଦେଖି ଡରିଲେ ଜରିନ୍ ?

11

ନୂଆଦିଲ୍ଲୀ ,୦୧/୦୭/୨୧ (ଜିଲ୍ଲା ଖବର) : ବଲିଉଡରୁ ଆରମ୍ଭ କରି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରି ଯାଏଁ  , ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ । ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଏହି ଅଭିନେତ୍ରୀ । ଫ୍ୟାନ୍ସଙ୍କ ମନୋରଞ୍ଜନ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ ସେ । ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକଦମ ଡରି ଡରି ଘୋଡାକୁ ଚାରା ଖୁଆଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଆଉ ତାଙ୍କ ଡରିବାର କାରଣ ହେଉଛି, କେଳେ ଘୋଡା ତାଙ୍କ ହାତ ଚୋବାଇ ଦେବ ।

ଜରିନ ଖାନ୍ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ‘ମୁଁ ମଣିଷ ମାନଙ୍କ ଠାରୁ ଅଧିକ ପଶୁପକ୍ଷୀଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରିବି’ । ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବା ସହିତ, ଫ୍ୟାନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି, ଜରୀନ ଖାନ୍ ଖୁବ ଶୀଘ୍ର ପ୍ରିନ୍ସ ନରୁଲାଙ୍କ ସହିତ ଏକ ମ୍ୟୁଜିକ ଭିଡିଓରେ  ନଜର ଆସିବାକୁ ଯାଉଛନ୍ତି । ୨୦୧୦ରେ ଫିଲ୍ମ’ବିର’ ମାଧ୍ୟମରେ ସେ ବଲିଉଡ ଦୁନିଆଁରେ ପାଦ ଥାପିଥିଲେ ।