
ଶେରଗଡ,୩୦/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଶ୍ଵକର୍ମା ଆସିଷ୍ଟାଣ୍ଟ ଇଞ୍ଜିନିଅର ଶ୍ରୀ ମହେନ୍ଦ୍ର କୁମାର ଷଢଙ୍ଗୀ ଙ୍କ ଅବସର କାଳୀନ ସମ୍ଭାର୍ଦ୍ଧନା ସଭା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବ୍ଲକର ଗୋଷ୍ଠୀଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ସହଗୋଷ୍ଠୀଉନ୍ନୟନ ଅଧିକାରୀ ଧରଣୀଧର ଭୂୟାଁ ଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ରହି ଇଞ୍ଜିନିଅର ମହେନ୍ଦ୍ର କୁମାର ଷଢଙ୍ଗୀ ଙ୍କୁ ବିଦାୟ କାଳୀନ ସମ୍ଭର୍ଦ୍ଧନା ଦିଆଯାଇଥିଲା ।ଅନ୍ୟପଟେ ଇଞ୍ଜିନିଅର କେଦାର ପ୍ରସାଦ ପଣ୍ଡା ନୂତନ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ।
ରିପୋର୍ଟ,ଅଖିଳ କୁମାର ପଟ୍ଟନାୟକ






